
ଗଜପତି, ୨୭/୧୧/୨୧ (ଜିଲ୍ଲା ଖବର) : ଗଜପତି ଜିଲ୍ଲା ମୋହନାରୁ ବିରଳ ବଜ୍ରକାପ୍ତା ଉଦ୍ଧାର l ବନବିଭାଗ ଏବଂ ଅଡବା ପୋଲିସର ମିଳିତ ଅପରେସନରେ ଉଦ୍ଧାର ହେଲା ବଜ୍ରକାପ୍ତା l ଅଡବା ଥାନା ଗୁରୁଜୁଳି ପଞ୍ଚାୟତ ଚିଡାଙ୍ଗପଙ୍କା ଗାଁରୁ ଏହାକୁ ଉଦ୍ଧାର କରାଯାଇଛି ।
ଏକ କାଠ କୋରୋଡ଼ରେ ଲୁଚାଇ ରଖାଯାଇଥିଲା ବଜ୍ରକାପ୍ତା l ଶୁକ୍ରବାର ବିଳମ୍ବିତ ରାତିରେ ଏହାକୁ ଉଦ୍ଧାର ହୋଇଛି । ଦୁଇ ଜଣକୁ ଅଟକ ରଖି ମୋହନା ବନବିଭାଗ ତଦନ୍ତ ଜାରି ରଖିଛି ।



