Sunday, October 11, 2026
Home ଅପରାଧ ମେଡିକାଲରେ ନବଜାତର ମୃତ୍ୟୁକୁ ନେଇ ଉତ୍ତେଜନା

ମେଡିକାଲରେ ନବଜାତର ମୃତ୍ୟୁକୁ ନେଇ ଉତ୍ତେଜନା

5

ବାଲେଶ୍ବର,୨୭/୧୧/୨୧ (ଜିଲ୍ଲା ଖବର) : ବାଲେଶ୍ବର ଜିଲ୍ଲା ମେଡିକାଲରେ ନବଜାତର ମୃତ୍ୟୁକୁ ନେଇ ଉତ୍ତେଜନା। ଡାକ୍ତର ଏବଂ ନର୍ସ ମାନଙ୍କ ଅବହେଳା ଯୋଗୁ ଏପରି ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। 

ସୂଚନା ଅନୁଯାଇ ରେମୁଣା ବ୍ଲକ କହଁର ପଦା ଗ୍ରାମର ଯୋଗେନ୍ଦ୍ର ଦାସଙ୍କ ସ୍ତ୍ରୀ ମଧୁମିତାଙ୍କ ପ୍ରସବ ଜନିତ ସମସ୍ୟା ପାଇଁ ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବାଲେଶ୍ବର ଜିଲ୍ଲା ମେଡିକାଲକୁ ରେଫର କରିଥିଲେ। ହେଲେ ଜିଲ୍ଲା ମେଡିକାଲରେ ଦୀର୍ଘ ୬ଘଣ୍ଟା ପରେ ମଧ୍ୟ ଡାକ୍ତର ତାଙ୍କୁ ଚିକିତ୍ସା କରି ନଥିଲେ । ଯେଉଁ କାରଣରୁ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।