
ନୂଆଦିଲ୍ଲୀ,୨୭/୧୧/୨୧ (ଜିଲ୍ଲା ଖବର) : କରୋନା ତୃତୀୟ ଲହର ଚିନ୍ତା ମାଡି ଆସୁଛି । ଏନେଇ ଆଜି ଦିନ ସାଢ଼େ ୧୦ଟାରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ କରୋନା ମୁକାବିଲା ଓ ଟିକାକରଣର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଏବେ କରୋନା ପୁଣି ତାର ରୂପ ବଦଳେଇଥିବା ବେଳେ ସଂକ୍ରମଣ ମଧ୍ୟ ବୃଦ୍ଧି ପାଉଛି ।
କରୋନା ନୂଆ ଷ୍ଟ୍ରେନ ଡେଲଟା ଓ ଡେଲଟା ପ୍ଲସଠାରୁ ମଧ୍ୟ ଅଧିକ ଭୟଙ୍କର ବୋଲି ଚେତାଇ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ତେବେ ଦେଶରେ କରୋନା ମୁକାବିଲା ଓ ଟିକାକରଣ ନେଇ ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ।


