ନୂଆଦିଲ୍ଲୀ ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତ ଓ ସାଉଦୀ ଆରବ ମଧ୍ୟରେ ନିଶା ଔଷଧ, ମାଦକ ଦ୍ରବ୍ୟ ଓ ନିଷିଦ୍ଧ ରାସାୟନିକର ବେଆଇନ ବିକ୍ରି ଓ ଚାଲାଣ ରୋକିବା ଲାଗି ବୁଝାମଣାକୁ ପିଛିଲା ଭାବେ ମଞ୍ଜୁରି ଦେଇଛନ୍ତି ।
ଲାଭ :
•ବୁଝାମଣା ଫଳରେ ମିଳିତ ଜାତିସଂଘ ଅନ୍ତର୍ଜାତୀୟ ମାଦକ ଦ୍ରବ୍ୟ ନିୟନ୍ତ୍ରଣ ସମ୍ମିଳନୀ ଦ୍ୱାରା ନିର୍ଦ୍ଧାରିତ ନିଶା ଔଷଧ,ନିଶା ଦ୍ରବ୍ୟ ଓ ନିଷିଦ୍ଧ ରାସାୟନିକର ଚୋରା କାରବାର ଓ ଚାଲାଣ ରୋକିବା ଲାଗି ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇବ ।
•ବୁଝାମଣା ଅନ୍ତର୍ଗତ ନିଶା ଔଷଧ ଉତ୍ପାଦନକାରୀ,ଚାଲାଣକାରୀ ଏବଂ ଅବୈଧ ବିକ୍ରେତାଙ୍କ ସନ୍ଦିଗ୍ଧ ଗତିବିଧି,ଅନୁରୋଧ କରିବା କ୍ଷଣି ଏନଡିପିସିର ବେଆଇନ ବିକ୍ରି ବିବରଣୀ ଓ ନିଶା ଔଷଧ ସମ୍ବନ୍ଧିୟ ଅଭିଯୋଗରେ ଗିରଫ ବିକ୍ରେତାଙ୍କ ଆର୍ଥିକ ସ୍ଥିତି ସହ ଜଡ଼ିତ ସୂଚନା ପ୍ରଦାନ କରିବାର ବ୍ୟବସ୍ଥା ରହିଛି ।
•ବୁଝାମଣା ଅନ୍ତର୍ଗତ ନିଶା ଔଷଧ,ନିଶା ଦ୍ରବ୍ୟର ଅବୈଧ ବିକ୍ରି ଅଭିଯୋଗରେ ଗିରଫ ଅନ୍ୟ ଦେଶର ନାଗରିକଙ୍କ ବିବରଣୀ ସହିତ ବିଜ୍ଞପିତ କରିବା ଓ ଗିରଫ ବ୍ୟକ୍ତିଙ୍କୁ ଦୂତାବାସ ସଂକ୍ରାନ୍ତ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ରହିଛି ।
•ବୁଝାମଣା ଅନ୍ତର୍ଗତ ଉଭୟ ରାଷ୍ଟ୍ର ମଧ୍ୟରୁ କୌଣସି ଗୋଟିଏ ଦେଶରେ ଜବତ ହୋଇଥିବା ନିଶା ଔଷଧ,ନିଶା ଦ୍ରବ୍ୟର ରାସାୟନିକ ବିଶ୍ଳେଷଣ ଓ ନିଶା ଔଷଧ ଏବଂ ନିଶା ଦ୍ରବ୍ୟ ବିଷୟରେ ତଥ୍ୟ/ସୂଚନା ପ୍ରଦାନ କରିବାର ବ୍ୟବସ୍ଥା ରହିଛି ।
ସ୍ରୋତ-ପିଆବି



