Home ଅପରାଧ ମର୍ଦ୍ଧକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅସଂଯତ ଅବସ୍ଥାରେ ଦେଖିବା ପରେ କ୍ରୀଡା ଶିକ୍ଷୟିତ୍ରୀଙ୍କୁ...

ମର୍ଦ୍ଧକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅସଂଯତ ଅବସ୍ଥାରେ ଦେଖିବା ପରେ କ୍ରୀଡା ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରି ଶିକ୍ଷକ ଓ ଶିକ୍ଷୟିତ୍ରୀ ଫେରାର।ଶିକ୍ଷୟିତ୍ରୀଙ୍କୁ ମାରିଦେବା ପାଇଁ ଧମକ, ଥାନାରେ ଏତଲା।

27

ବେଗୁନିଆପଡା, ୨୭/୧୧/୨୧ (ଜିଲ୍ଲା ଖବର) : ଶିକ୍ଷା ଭଳି ଏକ ପବିତ୍ର ଅନୁଷ୍ଠାନ ଭିତରେ ରଙ୍ଗିଲା ଶିକ୍ଷକଙ୍କ ରଙ୍ଗିଲା କର୍ମ। ରଙ୍ଗେ ହାତ ଧରାପଡିଲେ ଆଉ ଜଣେ ଶିକ୍ଷୟିତ୍ରୀଙ୍କ ହାତରେ। ଘଟଣାକୁ ପ୍ରଘଟ ନକରିବା ପାଇଁ ଉକ୍ତ ଶିକ୍ଷକ ଧମକ ଦେବା ସହ ଆକ୍ରମଣ କରି ଶିକ୍ଷୟିତ୍ରୀଙ୍କୁ ଧରି ଚମ୍ପଟ ମାରିବା ଘଟଣା ବେଗୁନିଆପଡା ଅଞ୍ଚଳରେ ଚର୍ଚ୍ଚାଜୋର ଧରିଛି। ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଧକୋଟ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଜି କ୍ଲାସ ସରିବା ପରେ ଅପରାହ୍ନ ସମୟରେ ସମସ୍ତ ପିଲା ଓ ଶିକ୍ଷକ ଶିକ୍ଷୟିତ୍ରୀ ଘରକୁ ଯିବା ପରେ ଉକ୍ତ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ସୁପ୍ରିୟା ସ୍ବାଇଁଙ୍କ ଭେନିଡ଼ ବିଦ୍ୟାଳୟ କାର୍ଯ୍ୟାଳୟରେ ଛାଡି ଯାଇ ବାଟରେ ମନ ପଡ଼ିବା ପରେ ସ୍କୁଲକୁ ଫେରି ଆସି ଦେଖିଲେ ବିଦ୍ୟାଳୟ ଫାଟକ ଭିତରୁ ବନ୍ଦ ଅଛି। ସେ ଏହି ଫଟକକୁ ଖୋଲି ଆସି କାର୍ଯ୍ୟାଳୟ ନିକଟକୁ ଆସି କବାଟ ଭିତରୁ ବନ୍ଦ ଥିବା ଦେଖି କବାଟ ଖୋଲିବା ପରେ ଉକ୍ତ ବିଦ୍ୟାଳୟର ଶିକ୍ଷକ ପ୍ରକାଶ ଚନ୍ଦ୍ର ସେଠୀ ସେହି ବିଦ୍ୟାଳୟର ଜନୈକ ଶିକ୍ଷୟିତ୍ରୀଙ୍କ ସହ ଅସଂଯତ ଅବସ୍ଥାରେ ଅଛନ୍ତି।

ସୁପ୍ରିୟାକୁ ହଠାତ ସେମାନେ ଦେଖି ଆଶ୍ଚର୍ଯ୍ୟ ହେବା ସହ ଏଠାକୁ କାହିଁକି ଆସିଲ ବୋଲି ପଚାରିବା ସହ ଏ କଥା କାହାରିକୁ କହିବନାହିଁ ବୋଲି ଧମକ ଦେଇ ଏକ ଶକ୍ତ ଚାପୁଡ଼ା ମାରି ତାଙ୍କ ବେକକୁ ଚିପି ଦେଇଥିଲେ। ସୁପ୍ରିୟା ଅସ୍ତବ୍ୟସ୍ତ ହୋଇ ଫାଟକ ବାହାରକୁ ଦୌଡ଼ି ଆସି ଲୋକଙ୍କୁ ଡାକ ପକାଇଥିଲେ। ଠିକ ସେହି ସମୟରେ ପ୍ରକାଶ ଓ ଉକ୍ତ ଶିକ୍ଷୟିତ୍ରୀ ନିଜ ଗାଡ଼ିରେ ଆସି ପୁଣି ସୁପ୍ରିୟାଙ୍କୁ ଧକ୍କା ମାରି ଚାଲିଯାଇଥିଲେ। ସୁପ୍ରିୟା ସମସ୍ତ ଘଟଣା ଗାଁ ଲୋକଙ୍କ ସାମ୍ନାରେ କହିବା ପରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଚିକିତ୍ସା ହେବା ପରେ ବେଗୁନିଆପଡା ଫାଣ୍ଡିରେ ଏକ ଲିଖିତ ଏତଲା ଦେଇଛନ୍ତି। ସେ ବାହାର ଜିଲ୍ଲାର ଶିକ୍ଷୟିତ୍ରୀ ହୋଇଥିବା ଯୋଗୁଁ ସେ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ପୋଲିସ ସମ୍ମୁଖରେ ପ୍ରକାଶ କରିବା ସହ ତୁରନ୍ତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି। ଏକ ପବିତ୍ର ଶିକ୍ଷାନୁଷ୍ଠାନ ଭିତରେ ଶିକ୍ଷକଙ୍କ ଓ ଜନୈକ ଶିକ୍ଷୟିତ୍ରୀଙ୍କ ଏ ପ୍ରକାର କାର୍ଯ୍ୟ ଦୀର୍ଘ ଦିନ ଆଗରୁ ଚାଲି ଆସୁଥିବା ବେଳେ ପିଲା ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ବର୍ତ୍ତମାନ ଘଟଣା ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ଏହାର ତଦନ୍ତ କେଉଁ ଦିଗକୁ ଯାଉଛି ଓ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଆଶଙ୍କାରେ ରହିଛି। ଅପର ପକ୍ଷରେ ଏତଲା ଦେଇଥିବା ଶିକ୍ଷୟିତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ଦାବୀ ହୋଇଛି। ସେପଟେ ପିଲାମାନେ ଏହି ଘଟଣା ପରେ ବିଦ୍ୟାଳୟକୁ ଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।