
୨୭/୧୧/୨୧ (ଜିଲ୍ଲା ଖବର) : ଗୁଣପୁର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଆଜି ତା.26.11.2021ରିଖ ଆଜାଦୀ କା ଅମ୍ରିତ ମହୋତ୍ସବ ଶୀର୍ଷକରେ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବାମଦେବ ମିଶ୍ର ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ଶଶିଭୂଷଣ ମହାନ୍ତି ଯୋଗ ଦେଇ ସମ୍ବିଧାନ ଦିବସର ଗୁରୁତ୍ୱ ତଥା ଛାତ୍ରଛାତ୍ରୀମାନଙ୍କର କର୍ତ୍ତବ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସେହିପରି ମୁଖ୍ୟ ବକ୍ତା ଭାବରେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ତାମିଲା ପାରାସେଠ୍ ଯୋଗ ଦେଇ ଭାରତୀୟ ସମ୍ବିଧାନ ଉପରେ ବିଶଦ ଆଲୋଚନା କରିଥିଲେ ।
ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ଦେବୀଶ୍ରୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସଭାରେ ଛାତ୍ର ଲାଡି ଅକ୍ଷୟ, ମନୋଜ, ଶକ୍ତିମୟ, କଲ୍ଯାଣରାମ ଓ ଲମ୍ବୋଦର ମାଝୀ ଭାରତୀୟ ସମ୍ବିଧାନ ଉପରେ ନିଜ ନିଜର ମତ-ମନ୍ତବ୍ଯ ପ୍ରଦାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କକ୍ତୃତା, ଚିତ୍ରାଙ୍କନ ଓ ତର୍କ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଅଧ୍ୟାପକ ଅମୀୟ ରଞ୍ଜନ ମହାନ୍ତି ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସମ୍ବିଧାନକୁ ମାନି ଚଳିବା ଏବଂ ତାହାର ସୁରକ୍ଷା କରିବା ପାଇଁ ସମସ୍ତେ ଶପଥ ପାଠ କରିଥିଲେ । ଏହି ସଭାରେ ସମ୍ବିଧାନ ଉପରେ ଆଧାରିତ ଏକ ଭିଡିଓ ମଧ୍ୟ ପରିବେଷଣ କରାଯାଇଥିଲା । ପରିଶେଷରେ ଅଧ୍ୟାପିକା ଦେବୀଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।




