Sunday, November 15, 2026
Home ଆଞ୍ଚଳିକ ନଭେମ୍ବର 29ରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ

ନଭେମ୍ବର 29ରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ

6

ଭୁବନେଶ୍ୱର,୨୭/୧୧/୨୧ (ଜିଲ୍ଲା ଖବର) : ନଭେମ୍ବର 29ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ। ଏହାର ପ୍ରଭାବରେ ଡିସେମ୍ବର 3ରୁ ରାଜ୍ୟରେ ବର୍ଷା ସମ୍ଭାବନା। ଲଘୁଚାପ ସୃଷ୍ଟି ହେବାର 48ଘଣ୍ଟା ପରେ ଏହା ଉପକୂଳ ମୁହାଁ ହେବ। ପରେ ଏହା ଅବପାତର ରୂପ ନେଇ ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ରରେ ସ୍ଥଳଭାଗ ଛୁଇଁବ। ଯାହାର ପ୍ରଭାବରେ ଉପକୂଳ ଜିଲ୍ଲା ଖୋର୍ଦ୍ଧା, ନୟାଗଡ, ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡା, କଟକ ଇତ୍ୟଦି ଜିଲ୍ଲାରେ ଅଧିକ ବର୍ଷାର ସମ୍ଭାବନା ରହିଛି।

ଆଭ୍ୟନ୍ତରୀଣ ଓଡିଶାର କେତେକ ସ୍ଥାନରେ ମଧ୍ୟ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବା ଦେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଗତ 24 ଘଣ୍ଟା ମଧ୍ୟରେ ରାତିର ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ସର୍ବନିମ୍ନ ତାପମାତ୍ରା 2ରୁ 3ଡିଗ୍ରୀ ଖସିଥିବା ବେଳେ ଶୀତର ପ୍ରକୋପ ଜାରି ରହିଛି।