Friday, October 16, 2026
Home ଅପରାଧ ଅଜଣା ଗାଡ଼ିର ଶକ୍ତ ଧକ୍କାରେ ଓଲଟିଲା ବସ

ଅଜଣା ଗାଡ଼ିର ଶକ୍ତ ଧକ୍କାରେ ଓଲଟିଲା ବସ

14

ଖୋର୍ଦ୍ଧା, ୨୭/୧୧/୨୧ (ଜିଲ୍ଲା ଖବର) : ଖୋର୍ଦ୍ଧା-ବ୍ରହ୍ମପୁର ୧୬ ନମ୍ବର ଜାତୀୟ ରାଜପଥ ବେଲପଡା ବାଇପାସ ନିକଟରେ ବସ ଦୁର୍ଘଟଣା । ଦୁର୍ଘଟଣାରେ 3 ଜଣ ମୃତ, ୧୧ ଜଣ ଗୁରୁତର ଆହତ । ୭ ଜଣ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବସଟି କେନ୍ଦୁଝରର ଘଟଗାଁ ତାରିଣୀ ମନ୍ଦିର ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା ହୋଇଛି । 

ବେଲପଡା ବାଇପାସ ନିକଟରେ ଏକ ଅଜଣା ଗାଡ଼ି ବସକୁ ଶକ୍ତ ଧକ୍କା ଦେଇଥିଲା  l ଫଳରେ ବସଟି ଓଭରବ୍ରିଜ ତଳକୁ ଖସିପଡ଼ିଥିଲା  l ବସ୍ ତଳେ ଚାପି ହୋଇ 2 ଜଣ ଶ୍ରଦ୍ଧାଳୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଗୁରୁତର ମାନଙ୍କୁ MKCG ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।