
ବେଗୁନିଆପଡା,୨୬/୧୧(ଜିଲ୍ଲା ଖବର) : ଏସ ଇ ଏମ ଓ ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀଙ୍କୁ ସରକାରୀ ଭାବରେ ନିୟମିତ କରିବା ସହ ,ସେମାନଙ୍କୁ ବ୍ଲକ ସ୍ତରରେ ଥିବା ଗ୍ରାମ୍ୟ ଜଳ ଯୋଗାଣ ବିଭାଗରେ ସାମିଲ କରିବା, ସରକାରଙ୍କ ସମସ୍ତ ସୁବିଧା ପ୍ରଦାନ କରିବା ଦାବିରେ ରାଜ୍ୟ ସଂଘ ନିଷ୍ପତି କ୍ରମେ ଆଜି ବେଗୁନିଆପଡା ବ୍ଲକ ଏସ ଇ ଏମ ଓ ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ସଂଘ ପକ୍ଷରୁ ବେଗୁନିଆପଡା ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ଲକ ସଂଘ ସଭାପତି ପ୍ରସନ୍ନ କୁମାର ବେହେରା, ସମ୍ପାଦକ ହର୍ଷ ରାଉତଙ୍କ ସମେତ ସମସ୍ତ ପଂଚାୟତରେ କାର୍ଯ୍ୟରତ ଜଳଯୋଗାଣ କର୍ମଚାରୀ ଉପସ୍ଥିତ ଥିଲେ। ଏହା ସହିତ ଆଉ ଏକ ଦାବିପତ୍ର ବ୍ଲକ ଆରଡବ୍ଲ୍ୟୁଏସଏସ କନିଷ୍ଠ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।


