ହତ୍ୟା କରି ଜାଳିବାର ଲାଇଭ ଭିଡିଓ ସେୟାର କଲା ଅଭିଯୁକ୍ତ, କହିଲା ମୁଁ ମାରିଛି…

21

ବଲାଙ୍ଗୀର, ୨୬/୧୧/୨୧ (ଜିଲ୍ଲା ଖବର) : ପ୍ରେମ ପାଇଁ ପାଗଳାମୀ । ମର୍ଡର Live । ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଛପଟରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା । ପ୍ରେମ ସମ୍ପର୍କକୁ ନେଇ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିଲା । ତେବେ ବର୍ତ୍ତମାନର ବଡ଼ କଥା ହେଉଛି, ଯୁବକଙ୍କୁ ମାରିବା ପରେ ଜାଳିବାର ଭିଡିଓ ଭାଇରାଲ ହେଉଛି । ହତ୍ୟାକାରୀ ମୃତଦେହ ଜାଳିବା ସମୟରେ ଏକ ଭିଡିଓ ପ୍ରସ୍ତୁତ କରିଥିଲା । ଅଭିଯୁକ୍ତ ଏତେ ରାଗିଯାଇଥିଲା ଯେ ସେ ନିଜେ ହିଁ ଏହି ହତ୍ୟା କରିଛି ଏବଂ ତାକୁ ପୋଡିଦେଇଛି ବୋଲି ଭିଡିଓରେ କହୁଛି। ଜାଳିବା ପରେ ୟା ପରେ ତୋ ପାଳି ବୋଲି ଭିଡିଓ କରି ଧମକ ଦେଉଛି ଅଭିଯୁକ୍ତ । ମାରିଥିବା ହତିଆର ଦେଖାଉଛନ୍ତି । ତାଙ୍କ ସହ ଆଉ ଜଣେ ଯୁବକ ମଧ୍ୟ ଅଛନ୍ତି ।

ତେବେ ଏହି ଘଟଣାରେ ପୋଲିସ ୨ ଜଣ ଶୁଭମ ସିଂ ଓ ଅମିତ ମାନହୀରାକୁ ଗିରଫ କରି ଜେଲ ହାଜତକୁ ପଠାଇଛି । ଏବେ ମୃତଦେହ ଜାଳିବାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଗତ ୨୩ ତାରିଖରେ ସୁଦପଡାର ବିଶ୍ଵଦେଵ ସାହୁଙ୍କୁ ଘରୁ ଡାକି ଆଣି ତଣ୍ଟି କାଟି ହତ୍ୟା କରିବା ସହ ପୋଡ଼ିଦେଇ ଥିଲେ ଅମିତ ଓ ଶୁଭମ । ପୋଲିସ ଅଧିକ ତଦନ୍ତ ଜାରି ରଖିଛି।