
ନୂଆଦିଲ୍ଲୀ, ୨୬/୧୧/୨୧ (ଜିଲ୍ଲା ଖବର) : ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ବଲିଉଡ ଅଭିନେତ୍ରୀ କରୀନା କପୁର । ସବୁବେଳେ ସେ ତାଙ୍କର ଫଟୋ, ଭିଡିଓ ସେୟାର କରନ୍ତି । ତେବେ ନିକଟରେ କରୀନା ତାଙ୍କ ଇନଷ୍ଟାଗ୍ରାମରେ ଓ୍ବାର୍କଆଉଟ କରୁଥିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି ।
ଯେଉଁଥିରେ କରୀନା ତାଙ୍କ ଘରେ ସୂର୍ଯ୍ୟ ନମସ୍କାର କରୁଥିବା ନଜର ଆସୁଛନ୍ତି । ସେ ବ୍ଲାକ୍ ପ୍ୟାଣ୍ଟ ସହିତ ପିଙ୍କ କ୍ରପ୍ ଟପ୍ ପିନ୍ଧିଛନ୍ତି ଏବଂ କେଶକୁ ସୁନ୍ଦର ଭାବରେ ବାନ୍ଧିଛନ୍ତି। ଭିଡିଓ ସେୟାର କରି ‘ସୂର୍ଯ୍ୟ ନମସ୍କାର ୧୦୮ ଥର, ଧନ୍ୟବାଦ। ମୁଁ ଆଜି ରାତିରେ ପମ୍ପକିନ୍ ପାଏ ଖାଇବାକୁ ପ୍ରସ୍ତୁତ ଅଛି। ‘ବୋଲି ସେ ଲେଖିଛନ୍ତି ।
ତେବେ ତାଙ୍କର ଏହି ଭିଡିଓ ଦେଖିବା ପରେ, କେହି କେହି ତାଙ୍କୁ ପ୍ରଶଂସା କରୁଥିବା ବେଳେ, ଆଉ କେହି କେହି ଏହାକୁ ନେଇ ଟ୍ରୋଲ କରଉଛନ୍ତି । ସମସ୍ତେ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି ।


