
ନୂଆଦିଲ୍ଲୀ, ୨୬/୧୧/୨୧ (ଜିଲ୍ଲା ଖବର) : ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଅଭିନେତା ବିକି କୌଶଲ ଡିସେମ୍ବର ପ୍ରଥମ ସପ୍ତାହରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବୋଲି ଗତ କିଛି ଦିନ ଧରି ଚର୍ଚ୍ଚା ଯୋର ଧରିଛି । ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ଦୁର୍ଗରେ ବିବାହ ହେବ ବୋଲି ମଧ୍ୟ କୁହାଯାଉଛି । ଏଥିପାଇଁ ବିବାହର ପ୍ରସ୍ତୁତି ଆରମ୍ଭ ହେବା ସହିତ, ଅତିଥିଙ୍କ ଲିଷ୍ଟ ମଧ୍ୟ ପ୍ରସ୍ତୁତ ହୋଇଛି ।
ତାଙ୍କ ବିବାହକୁ ନେଇ କିଛି ନା କିଛି ଅପଡେଟ ଆସୁଛି । ତେବେ ଏବେ ଶୁଣିବାକୁ ମିଳିଛି ଯେ, କ୍ୟାଟଙ୍କ ହାତରେ ମେହେନ୍ଦି ଲାଗିବା ପାଇଁ, ରାଜସ୍ଥାନ ଯୋଧପୁରୁ ତାଙ୍କ ପାଇଁ ସ୍ବତନ୍ତ୍ର ମେହେନ୍ଦି ଆସିବ । ଯାହା ଦ୍ବାରା ସେ ତାଙ୍କ ହାତରେ ବିବାହର ଶୁଭ ମେହେନ୍ଦି ଲଗାଇ, ବିକିଙ୍କ ନାଁ ଲେଖିବେ । ଆଉ ସବୁଠାରୁ ଖାସ କଥା ହେଉଛି, ଏହି ମେହେନ୍ଦିରେ ପାଖାପାଖି ୫୦ହଜାରରୁ ଲକ୍ଷେ ଟଙ୍କା ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି ।


