
ନୂଆଦିଲ୍ଲୀ, ୨୬/୧୧/୨୧ (ଜିଲ୍ଲା ଖବର) : ଦୀର୍ଘ ଦିନ ଧରି କର୍କଟ ରୋଗ ସହ ଲଢୁଥିଲେ ବଲିଉଡ ଅଭିନେତ୍ରୀ କିରନ୍ ଖେର । ହେଲେ ଏବେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଏବେ ସେ ନିଜ କାମକୁ ଫେରିଛନ୍ତି । ଟେଲି ରିଆଲିଟି ଶୋ’ ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟର ୯ମ ସିଜନକୁ ସେ ପୁଣି ଥରେ ଜଜ୍ କରିବେ । ଶୋ’ର ପ୍ରଥମ ଏପିସୋଡ୍ ସୁଟ୍ କରାଯାଇଛି, ଯାହାର ଝଲକ ଶିଳ୍ପା ଶେଟ୍ଟୀ ତାଙ୍କ ପୋଷ୍ଟ ମାଧ୍ୟମରେ ଦେଖାଇଛନ୍ତି।
ତେବେ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ କିରନ୍ ଖେର ଏବଂ ବାଦଶାହଙ୍କ ସହ ମସ୍ତି କରୁଥିବାର ଦେଖା ଯାଇଛି। ମସ୍ତିରେ ମସ୍ତିରେ ମତେ କୋଳେଇ ନିଅନ୍ତୁ ବୋଲି ଶିଳ୍ପା କିରଣଙ୍କୁ କହିଛନ୍ତି । ଆଉ ଏହାର କାରଣ ହେଉଛି କିରନ୍ ଖେରଙ୍କ ଜୁଏଲେରୀ । ଭିଡିଓରେ ଶିଳ୍ପା କହିଛନ୍ତି, ‘ମୁଁ ଏଠାକୁ ତାଙ୍କ ଜୁଏଲେରୀ ଦେଖିବାକୁ ଆସିଥାଏ। ଆପଣ ମୋତେ ନିଜର ଝିଅ କରି ନିଅନ୍ତୁ। ଏହି ଜୁଏଲେରୀ ସବୁ କ’ଣ ସିକନ୍ଦର ପିନ୍ଧିବେ।’ ଶିଳ୍ପାଙ୍କ ଏହି କଥା ଶୁଣି କିରନ୍ ହସିବାକୁ ଲାଗିଲେ।


