
୨୬/୧୧/୨୧ (ଜିଲ୍ଲା ଖବର) : ୨୦୦୮ ମସିହା ନଭେମ୍ବର ୨୬, ଏଦିନ କଥା ମନେପଡିଲେ ଛାତି ଥରିଯାଉଛି । ୪ ଦିନରେ ୧୨ଟି ଆକ୍ରମଣ କରିଥିଲେ ଆତଙ୍କବାଦୀ । ମୁମ୍ବାଇର ତାଜ ହୋଟେଲ ଉପରେ ହୋଇଥିଲା ଏ ଆକ୍ରମଣ। ଚାହୁଁ ଚାହୁଁ ଏ ଆକ୍ରମଣକୁ ୧୩ ବର୍ଷ ବିତିଗଲା। ଯେତେବେଳେ ପାକିସ୍ତାନରେ ଅବସ୍ଥିତ ଜିହାଦୀ ସଂଗଠନ ଲଶ୍କର-ଏ-ତୋଇବାର ୧୦ଜଣ ଲୋକ ମୁମ୍ବାଇର ତାଜ ହୋଟେଲ ଉପରେ ଆକ୍ରମଣ କରିଥିଲେ ।
୨୦୦୮ ନଭେମ୍ବର ହୋଇଥିବା ଏହି ମୁମ୍ବାଇ ଆକ୍ରମଣକୁ ମଧ୍ୟ ୨୬/୧୧ ଭାବେ ସ୍ମରଣ କରାଯାଇଛି । ସର୍ବସାଧାରଣଙ୍କ ଗ୍ରହଣ ପରେ ଭାରତକୁ ସମସ୍ତ ପ୍ରମାଣ ବାଣ୍ଟିବା ପରେ ମଧ୍ୟ ପାକିସ୍ତାନ ୨୬/୧୧ ଆକ୍ରମଣର ୧୩ ବାର୍ଷିକୀ ଅବସରରେ ପୀଡିତଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବାରେ ଆନ୍ତରିକତା ଦେଖାଇ ନାହିଁ ।
ତାଜମହଲ ପ୍ୟାଲେସ ହୋଟେଲ, ନରିମାନ ହାଉସ, ମେଟ୍ରୋ ସିନେମା ଏବଂ ଛତ୍ରପତି ଶିବାଜୀ ଟର୍ମିନାଲ ଉପରେ ହୋଇଥିବା ଆକ୍ରମଣରେ ୧୫ଟି ଦେଶର ୧୬୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣ ପରେ ଏହା ପ୍ରଥମ ଥର ଥିଲା ଯେ ବିଶ୍ୱ ସ୍ତରରେ ବ୍ୟାପକ ନିନ୍ଦା କରାଯାଇଥିଲା ।


