Monday, November 16, 2026
Home ଆଞ୍ଚଳିକ ଆଜି ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ହେବ ସମ୍ବିଧାନ ଦିବସ, ଯୋଗ ଦେବେ ପ୍ରଧାନମନ୍ତ୍ରୀ

ଆଜି ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ହେବ ସମ୍ବିଧାନ ଦିବସ, ଯୋଗ ଦେବେ ପ୍ରଧାନମନ୍ତ୍ରୀ

5

୨୬/୧୧/୨୧ (ଜିଲ୍ଲା ଖବର) : ଆଜି ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ହେବ ସମ୍ବିଧାନ ଦିବସ । ଏହି ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଦିବସ ସମ୍ବିଧାନ ତିଆରି କରିଥିବା ମହାନ ବ୍ୟକ୍ତି ଓ ତାଙ୍କ ଅତୁଳନୀୟ ପ୍ରୟାସକୁ ମନେ ରଖିବାର ଦିନ ବୋଲି ଟ୍ୱିଟ୍ କରି କହିଛନ୍ତି ମୋଦି । ଦିନ ୧୧ଟାରେ ସଂସଦର ସେଣ୍ଟ୍ରାଲ ହଲରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ।

କାର୍ଯ୍ୟକ୍ରମରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ଲୋକସଭା ବାଚସ୍ପତି ସମ୍ବୋଧନ କରିବେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ସମ୍ବିଧାନ ପ୍ରିୟାମ୍ବଲ ପଢ଼ାଯିବ । ଏଥିସହ ସନ୍ଧ୍ୟା ସାଢ଼େ ୫ଟାରେ ବିଜ୍ଞାନ ଭବନରେ ସୁପ୍ରମିକୋର୍ଟଙ୍କ ପକ୍ଷରୁ ଆୟୋଜିତ ୨ ଦିନିଆ ସମ୍ବିଧାନ ଦିବସ କାର୍ଯ୍ୟକ୍ରମକୁ ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତିଙ୍କ ସମେତ ସୁପ୍ରମିକୋର୍ଟର ସମସ୍ତ ଜର୍ଜ, ସମସ୍ତ ହାଇକୋର୍ଟର ମୁଖ୍ୟ ଜଷ୍ଟିସ, ସିଲିସିଟର ଜେନେରାଲ ଅଫ ଇଣ୍ଡିଆ ଉପସ୍ଥିତ ରହିବେ ।