ଆଜି ବାଲେଶ୍ୱର ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

10

୨୬/୧୧/୨୧ (ଜିଲ୍ଲା ଖବର) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାଲେଶ୍ୱର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ । ଦିନ ୧୧ଟାରେ ହେଲିକେପ୍ଟର ଯୋଗେ ରିଜର୍ଭ ପୋଲିସ ପଡ଼ିଆରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ନବୀନ । ୭ ଦିନ ମଧ୍ୟରେ କାର୍ଡ ବଣ୍ଟନ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ସହ ୩୬୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୭୭ଟି ପ୍ରକଳ୍ପର ଉଦଘାଟନ ଓ ୧୧୮୬ କୋଟି ଟଙ୍କା ଅଟକଳ ମୂଲ୍ୟର ୧୦୯ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୩ ଜଣ ଆଡିସନାଲ ଏସପି ଓ ୧୩ଜଣ DSPଙ୍କ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥାର ପରିଚାଳନା କରାଯିବ । ଏଥିପାଇଁ ୨୨ ଜଣ ଇନସ୍ପେକ୍ଟର, ୯୪ ଜଣ SI ଓ ASI ନିଯୁକ୍ତ ହୋଇଛନ୍ତି । ଏହା ବ୍ୟତିତ ୨୫ ପ୍ଲାଟୁନ ସୁରକ୍ଷାବଳଙ୍କୁ ନିୟୋଜିତ କରାଯାଇଛି ।