
୨୬/୧୧/୨୧ (ଜିଲ୍ଲା ଖବର) : ପଢ଼ୁଆଁ ହେବେ ଶ୍ରୀଜିଉ। ଆଜି ମହାପ୍ରଭୁ ଜଗନ୍ନାଥଙ୍କ ମାମୁ ଘର ନିଆଳି ମାଧବାନନ୍ଦ ଜିଉ ମନ୍ଦିରରୁ ଶ୍ରୀମନ୍ଦିରକୁ ଯିବ ପଢୁଆଁ ଭାର । ଏ ନେଇ ସବୁ ବ୍ୟବସ୍ଥା ସରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ସୁଦର୍ଶନ, ମାଧବ, ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ଶ୍ରୀମନ୍ଦିର ପ୍ରଶାସନ ଜରିଆରେ ପ୍ରଦାନ କରାଯିବ।
ପୋଢୁଆଁ ସାମଗ୍ରୀ ମଧ୍ୟରେ ରହିଛି ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼, ପାଚିଲା କଦଳି, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଓ ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ।



