Home ଆଞ୍ଚଳିକ ଜୁନିୟର ହକି ବିଶ୍ୱକପ ଲିଗ୍ ମ୍ୟାଚରେ ଭାରତର ଦମଦାର ବିଜୟ

ଜୁନିୟର ହକି ବିଶ୍ୱକପ ଲିଗ୍ ମ୍ୟାଚରେ ଭାରତର ଦମଦାର ବିଜୟ

11

୨୬/୧୧/୨୧ (ଜିଲ୍ଲା ଖବର) : ଜୁନିୟର ହକି ବିଶ୍ୱକପ ଲିଗ୍ ମ୍ୟାଚରେ ଭାରତର ଦମଦାର ବିଜୟ । କଳିଙ୍ଗ ଷ୍ଟାଡିୟମରେ ଗୋଲ୍ ବର୍ଷା । 1-13 ଗୋଲରେ ଭାରତ ହରାଇଲା କାନାଡାକୁ । ଫ୍ରାନ୍ସ ବିପକ୍ଷରେ ନିରାଶ କରିଥିବା ଡିଫେଡିଂଗ ଚାମ୍ପିୟନ ଟିମ୍ ଇଣ୍ଡିଆର କମବ୍ୟାକ୍ । କ୍ୟାପଟେନ ବିବେକ ସାଗର, ଉତ୍ତମ ସିଂହ, ସଂଜୟ, ସର୍ଦ୍ଧାନଦ ଓ ମନିନ୍ଦରଙ୍କ ଜବରଦସ୍ତ ଗୋଲ ବଳରେ ଜିତିଲା ଭାରତ ।

କାନାଡ଼ା ପକ୍ଷରୁ ଟାଡ୍ରିଫ୍ ଖ୍ରିଷ୍ଟୋଫର କେବଳ ଗୋଟିଏ ଗୋଲ କରିଥିବା ବେଳେ ପୁରା ମ୍ୟାଚ ସାରା ଆଟାକିଙ୍ଗ୍ ଖେଳ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ । କର ବା ମର ମ୍ୟାଚରେ ବିଜୟ ହାସଲ କରି ବିଶ୍ୱକପ ଦୌଡ଼ରେ ଆଗକୁ ବଢିଛି ଭାରତୀୟ ହକିର ଜୁନିୟର ବାହିନୀ ।