
ନୂଆଦିଲ୍ଲୀ,୨୫/୧୧/୨୧ (ଜିଲ୍ଲା ଖବର ) : ଆଜି ୫୫ ବର୍ଷ ବୟସର ପାଦ ଥାପିଲେ, ଅଭିନେତ୍ରୀ ରୂପା ଗାଙ୍ଗୁଲି । ଦ୍ରୋପଦୀ ଭୂମିକା ପାଇଁ ବେଶ ପରିଚିତ ହୋଇଥିବା ରୂପା ଗାଙ୍ଗୁଲି, ୨୫ ନଭେମ୍ବର ୧୯୬୬ରେ କୋଲକାତାର କଲ୍ୟାଣିଠାରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କ କ୍ୟାରିୟରରେ ହିନ୍ଦୀ ସହିତ ବଙ୍ଗାଳୀ ଟିଭି ଏବଂ ସିନେମାରେ ମଧ୍ୟ କାମ କରିଛନ୍ତି । କିନ୍ତୁ ଦ୍ରୋପଦୀ ଚରିତ୍ର ପାଇଁ ସେ ବେଶ ଲୋକପ୍ରିୟ ହୋଇଥିଲେ ।
ସେ ତାଙ୍କର ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ଭାବି ନଥିଲେ ଯେ ସେ ଅଭିନୟ କ୍ଷେତ୍ରରେ କାମ କରିବେ । ତାଙ୍କର ଫିଲ୍ମରେ କାମ କରିବାର ଇଚ୍ଛା ନଥିଲା । ହେଲେ କିଛି ପରିଚିତଙ୍କ କହିବା ଅନୁଯାୟୀ, ସେ ଅଭିନୟ ଦୁନିଆଁରେ ପାଦ ଥାପିଥିଲେ । କିନ୍ତୁ ଅଭିନୟ ବିଷୟରେ ବିଶେଷ ଅବଗତ ନଥିଲେ ସେ । ଏହାପରେ ସେ ଧିରେଧିରେ କଷ୍ଟ କରି ଚାଲିଲେ, ଏବଂ ଗୋଟେ ପରେ ଗୋଟେ କାମ କରିବା ଆରମ୍ଭ କଲେ । ତେବେ ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ଅନେକ ଅନେକ ଶୁଭକାମନା ।


