Sunday, October 11, 2026
Home ଅପରାଧ ଭୁବନେଶ୍ୱରରେ ବଢୁଛି ମହିଳା ବିରୋଧୀ ହିଂସା ଓ ଶିଶୁ ଯୌନ ନିର୍ଯାତନା

ଭୁବନେଶ୍ୱରରେ ବଢୁଛି ମହିଳା ବିରୋଧୀ ହିଂସା ଓ ଶିଶୁ ଯୌନ ନିର୍ଯାତନା

22

୨୫/୧୧/୨୧ (ଜିଲ୍ଲା ଖବର ) :  ରାଜଧାନୀରେ ବଢୁଛି ମହିଳା ବିରୋଧୀ ହିଂସା ଓ ଶିଶୁଙ୍କ ବିରୋଧରେ ଯୌନ ନିର୍ଯାତନା । ଦେଶର ବଡ ବଡ ସହର ତୁଳନାରେ ଭୁବନେଶ୍ୱର ଆଗରେ ରହିଛି । ପ୍ରତି ଲକ୍ଷେ ଶିଶୁରେ 54.92 ଶିଶୁ ଯୌନ ଅପରାଧର ଶୀକାର ହେଉଛନ୍ତି ।

ପ୍ରତି ଲକ୍ଷେ ମହିଳାଙ୍କ ମଧ୍ୟରେ 170.6 ଜଣଙ୍କ ବିରୋଧରେ ହେଉଛି ଅପରାଧ । ନୀତି ଆୟୋଗ ଅର୍ବାନ ଇଂଡ଼େକ୍ସରେ ଏଭଳି କିଛି ତଥ୍ୟ ସମ୍ନାକୁ ଆସିଛି । ବଡ କଥା ହେଉଛି ମହିଳା ବିରୋଧୀ ଅପରାଧରେ ଚଣ୍ଡିଗଡ଼, ଚେନ୍ନାଇ, କୋଲକାତା ଓ ପାଟନା ଭଳି ସହର ଠାରୁ ରାଜଧାନୀ ଭୁବନେଶ୍ୱର ଉପରେ ରହିଛି ।

ସେହିପରି ପ୍ରତି ଲକ୍ଷେ ମହିଳାରେ 23.39 ଜଣ ନିଜ ସ୍ୱାମୀଙ୍କ ଦ୍ଵାରା ଶାରୀରିକ ନିର୍ଯାତନାର ଶିକାର ହେଉଛନ୍ତି । ପୂର୍ବରୁ ଏସସିଆରବି ରିପୋର୍ଟରେ ଓଡିଶା ମହିଳା ବିରୋଧୀ ହିଂସାରେ ଏକ ନମ୍ବର ଥିବା ତଥ୍ୟ ସମ୍ନାକୁ ଆସିଥିଲା।  ଏବେ ଭୁବନେଶ୍ୱରକୁ ନେଇ ଆସିଥିବା ତଥ୍ୟ ମହିଳା ଓ ଶିଶୁ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି ।