
ନୂଆଦିଲ୍ଲୀ, ୨୫/୧୧/୨୧ (ଜିଲ୍ଲା ଖବର ) : ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଅଭିନୀତ ଅପକମିଙ୍ଗ୍ ଓ୍ବେବ ସିରିଜ୍ ‘ଆର୍ଯ୍ୟା ୨’ର ଟ୍ରେଲର ରିଲିଜ୍ ହୋଇ ଯାଇଛି । ଏଥିରେ ଏକଦମ୍ ଭୟଙ୍କର ଏବଂ ଦମଦାର ଅନ୍ଦାଜରେ ନଜର ଆସୁଛନ୍ତି ସୁସ୍ମିତା । ଏହାର ଟ୍ରେଲର ରିଲିଜ୍ ହେବା ସଙ୍ଗେ ସଙ୍ଗେ, ସୋସିଆଲ ମିଡିଆରେ ଏକଦମ୍ ଛାଇ ଯାଇଛି । ଦର୍ଶକ ମଧ୍ୟ ଏହାକୁ ବେଶ ପସନ୍ଦ କରୁଛନ୍ତି । ଟ୍ରେଲର ଦେଖିବା ପରେ, ଏହାର ସମ୍ପୂର୍ଣ୍ଣ କାହାଣୀ ଦେଖିବାକୁ ଦର୍ଶକଙ୍କ ଉସ୍ବାହ ଆହୁରି ବଢି ଯାଇଛି । ତେବେ ଏଥିରେ ସୁସ୍ମିତା ସେନଙ୍କ ବ୍ୟତୀତ, ଚନ୍ଦ୍ରଚୁଡ ସିଂହ, ନମିତ୍ ଦାସ ଭଳି କିଛି କଳାକାର ମଧ୍ୟ ନଜର ଆସିବେ ।


