Tuesday, November 17, 2026
Home ଆଞ୍ଚଳିକ ୬୦ ନୁହେଁ, ଏବେ ୪୦ ବର୍ଷ ବୟସରେ ମିଳିବ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍!...

୬୦ ନୁହେଁ, ଏବେ ୪୦ ବର୍ଷ ବୟସରେ ମିଳିବ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍! LIC ଆଣିଲା ଏହି ଜବରଦସ୍ତ ପ୍ଲାନ୍

6

ନୁଆଦିଲ୍ଲୀ,୨୫/୧୧/୨୧ (ଜିଲ୍ଲା ଖବର ) : ଏପର୍ଯ୍ୟନ୍ତ ଆପଣ ୬୦ ବର୍ଷ ବୟସରେ ପେନସନ୍ ମିଳିବା କଥା ଶୁଣିଥିବେ ନିଶ୍ଚୟ । କିନ୍ତୁ ଏବେ ଆପଣମାନଙ୍କୁ ପେନସନ୍ ପାଇଁ ଲମ୍ବା ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଜୀବନ ବୀମା ନିଗମ(ଏଲଆଇସି) ଏକ ଜବରଦସ୍ତ ପ୍ଲାନ୍ ଲଞ୍ଚ କରିବାକୁ ଯାଉଛି । ଏଥିପାଇଁ ଆପଣଙ୍କୁ ଏକ ଲକ୍ଷ ଟଙ୍କା ଜମା କରିବା ଦ୍ୱାରା ୪୦ ବର୍ଷ ବୟସରେ ପେନସନ୍ ମିଳିବା ଆରମ୍ଭ ହୋଇଯିବ ।

ଏଲଆଇସିର ଏହି ସ୍କିମ୍ ର୍ର ନାଁ ହେଉଛି ସରଳ ପେନସନ୍ ଯୋଜନା । ଏହା ଏକ ସିଙ୍ଗଲ୍ ପ୍ରିମିୟମ୍ ପେନସନ୍ ପ୍ଲାନ୍ । ଏଥିରେ ପଲିସି ନେବା ସମୟରେ କେବଳ ଥରେ ପ୍ରିମିୟମ୍ ଜମା କରିବାକୁ ହେବ । ଏହାପରେ ପୂରା ଜୀବନ ପେନସନ୍ ନେଇପାରିବେ । ଯଦି ପଲିସି ଧାରକଙ୍କର ମୃତ୍ୟୁ ହୋଇଯାଏ ତେବେ ନୋମିନିଙ୍କୁ ସିଙ୍ଗଲ ପ୍ରିମିୟମ୍ ଟଙ୍କା ଫେରାଇ ଦିଆଯିବ । ସରଳ ପେନସନ୍ ଯୋଜନା ଏକ ଇମିଡିଏଟ୍ ଏନ୍ୟୁଟି ପ୍ଲାନ୍ । ଅର୍ଥାତ୍ ପଲିସି ନେବା ପରଠାରୁ ହିଁ ଆପଣଙ୍କୁ ପେନସନ୍ ମିଳିବା ଆରମ୍ଭ ହୋଇଯାଏ ।

ଏହି ଯୋଜନାର ଲାଭ ଉଠାଇବା ପାଇଁ ସର୍ବନିମ୍ନ ବୟସ ସୀମା ୪୦ ବର୍ଷ ଓ ସର୍ବାଧିକ ୮୦ ବର୍ଷ । ଯେହେତୁ ଏହା ଏକ ହୋଲ୍ ଲାଇଫ୍ ପଲିସି ତେଣୁ ଏହା ପୂରା ଜୀବନ ଚାଲିଥାଏ ।