ବାହାଘର ଶୋଭାଯାତ୍ରା ପାଲଟିଲା ଶେଷ ଯାତ୍ରା

12

ମାଲକାନଗିରି, ୨୫/୧୧/୨୧ (ଜିଲ୍ଲା ଖବର ) : ବାହାଘର ଶୋଭାଯାତ୍ରା ପାଲଟିଲା ଶେଷ ଯାତ୍ରା । ଗୀତର ତାଳେ ତାଳେ ନୃତ୍ୟ ବେଳ ଚଢିଗଲା ଟ୍ରକ୍। ଚାଲିଗଲା 4 ଜଣଙ୍କ ଜୀବନ ।  ବିଚଳିତ କଲା ଭଳି ଏ ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣିର ।

ସ୍ଥାନୀୟ ସରପଞ୍ଚଙ୍କ ପୁଅ ବାହାଘରରେ ସାମିଲ ହୋଇଥିଲେ ସ୍ଥାନୀୟ ଲୋକେ। ନାଚ ଗୀତ ଭିତରେ ଯାଉଥିଲା ଶୋଭାଯାତ୍ରା। ସମସ୍ତେ ଥିଲେ ମସଗୁଲ୍ । ହଠାତ୍ ଦ୍ରିୁତ ଗତିରେ ଆସୁଥିବା ଏକ ଟ୍ରକ ଚଢିଗଲା ଏମାନଙ୍କ ଉପରେ । ଏଇ ମର୍ମନ୍ତୁଦ ଦୁର୍ଘଟଣାରେ 4 ଜଣଙ୍କର ମୃତ୍ୟୁ ହୋଇଛି।

ମୃତକଙ୍କ ଭିତରେ ଅଛନ୍ତି ପୁଅର ବାପା ସ୍ଥାନୀୟ ସରପଞ୍ଜ ଶିବରାମ ଖେମୁଣ୍ଡି, ସୁନାବେଡାର ସନ୍ତୋଷ କୁମାର ସାହୁ, ମାଥେଲିର ସୁବାସ ଖରା। ଆଉ ଜଣଙ୍କ ପରିଚୟ ମିଳିପାରିନାହିଁ । ଆହତ 3 ଜଣଙ୍କୁ ପାଖ ହସ୍ପପିଟାଲରେ ଭର୍ତ୍ତି କରାଯାଇଛି ।