Saturday, November 14, 2026
Home ଆଞ୍ଚଳିକ ସାମ୍ନାକୁ ଆସିଲା ଫିଲ୍ମ’ଭେଡିୟା’ର ଫାଷ୍ଟ ଲୁକ୍

ସାମ୍ନାକୁ ଆସିଲା ଫିଲ୍ମ’ଭେଡିୟା’ର ଫାଷ୍ଟ ଲୁକ୍

12

ନୂଆଦିଲ୍ଲୀ, ୨୫/୧୧/୨୧ (ଜିଲ୍ଲା ଖବର ) : ବଲିଉଡ ଅଭିନେତା ବରୁନ ଧବନ୍ ଏବଂ ଅଭିନେତ୍ରୀ କ୍ରୀତି ସାନନ୍ ଖୁବ୍ ଶୀଘ୍ର ତାଙ୍କର ଅପକମିଙ୍ଗ୍ ହରର କମେଡି ଫିଲ୍ମ’ଭେଡିୟା’ ସହ ବଡ ପରଦାରେ ନଜର ଆସିବାକୁ ଯାଉଛନ୍ତି । ଅମର କୌଶିକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫଲ୍ମର ଫାଷ୍ଟ ଲୁକ୍ ମଧ୍ୟ ସାମ୍ନାକୁ ଆସି ଯାଇଛି । ବରୁନ୍ ଧବନ୍ ଏହି ପୋଷ୍ଟରକୁ ଇନଷ୍ଟାଗ୍ରାମରେ ସେୟାର କରି ସୂଚନା ଦେଇଛନ୍ତି ।

ଏହାର ଫାଷ୍ଟ ଲୁକ ଆସିବା ମାତ୍ରେ ହିଁ, ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଦର୍ଶକ ମଧ୍ୟ ଏହାକୁ ବେଶ ପସନ୍ଦ କରୁଛନ୍ତି । ଏବଂ ସମ୍ପୂର୍ଣ୍ଣ ଫିଲ୍ମକୁ ପରଦାରେ ଦେଖିବା ପାଇଁ ବେଶ ଉସ୍ବାହିତ ଅଛନ୍ତି । ତାଙ୍କର ଫାଷ୍ଟ ଲୁକ ଦେଖିବା ପରେ ହିଁ ଜଣା ପଡୁଛି ଯେ, ଏଥିରେ ଏକଦମ୍ ଭିନ୍ନ ଅନ୍ଦାଜରେ ନଜର ଆସିବେ ବରୁନ୍ ଧବନ୍ ।