Sunday, November 15, 2026
Home ଆଞ୍ଚଳିକ ହସ୍ପିଟାଲରେ ଭର୍ତ୍ତୀ ହେଲେ ଟେଲି ଅଭିନେତା ରଜତ୍ ଟୋକାସ୍

ହସ୍ପିଟାଲରେ ଭର୍ତ୍ତୀ ହେଲେ ଟେଲି ଅଭିନେତା ରଜତ୍ ଟୋକାସ୍

13

ନୂଆଦିଲ୍ଲୀ, ୨୫/୧୧/୨୧ (ଜିଲ୍ଲା ଖବର ) : ଟେଲି ଶୋ’ ’ଯୋଦ୍ଧା ଅକବର’ ମାଧ୍ୟମରୁ ଘରେ ଘରେ ବେଶ ଲୋକପ୍ରିୟ ଏବଂ ପରିଚିତ ହୋଇଥିବା ଅଭିନେତା ରଜତ ଟୋକସ, କିଛି ସମୟ ଧରି ଅଭିନୟ ଦୁନିଆରୁ ଦୂରେଇ ରହିଛନ୍ତି । କିନ୍ତୁ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରଜତ । ଫ୍ୟାନ୍ ଫଲୋଇଙ୍ଗ୍ ମଧ୍ୟ ତାଙ୍କର କିଛି କମ୍ ନୁହଁନ୍ତି । ନିକଟରେ ସେ ତାଙ୍କର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ହସ୍ପିଟାଲରେ ଭର୍ତ୍ତୀ ହୋଇଥିବା ନଜର ଆସୁଛନ୍ତି । ଯାହା ଦେଖିବା ପରେ ତାଙ୍କ ଫ୍ୟାନ୍ସ ମାନେ ବେଶ ଚିନ୍ତାରେ ପଡି ଯାଇଛନ୍ତି । ଏବଂ ସେ ଜଲଦୀ ଠିକ୍ ହୋଇଯିବେ ବୋଲି ଆଶା କରୁଛନ୍ତି ।

ତେବେ ସେୟାର କରିଥିବା ଫଟୋରେ ବେଶ ଚିନ୍ତାରେ ଥିବା ଭଳି ଲାଗୁଛନ୍ତି ରଜତ୍ । ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ‘ ଷ୍ଟ୍ରେସ୍ ଜୀବନରେ ସବୁବେଳେ ରହିବ । ଆପଣଙ୍କୁ ସବୁବେଳେ ଜଣାଥିବା ଦରକାର ଯେ, ଏହାକୁ କେମିତି ହ୍ୟାଣ୍ଡେଲ କରିବାକୁ ପଡିବ ‘ ।

ଆଗକୁ ସେ ଆହୁରି ଲେଖିଛନ୍ତି, ଯେତେବେଳେ ଆପଣଙ୍କୁ ଲାଗିବ ଆପଣଙ୍କ ପାଖରେ ଆରାମ କରିବା ପାଇଁ ସମୟ ନାହିଁ,ତ ବୁଝିଯିବେ କି ସେ ସମୟରେ ଆପଣଙ୍କୁ ସବୁଠାରୁ ଅଧିକ ଆରାମ କରିବାର ଆବଶ୍ୟକତା ଅଛି । ମତେ କୌଣସି ଆଘାତ ଲାଗିନାହିଁ । ନାଁ ମୁଁ କିଛି ସିରିୟସ ଅଛି । ନାଁ କାମକୁ ନେଇ କିଛି ହୋଇଛି । ଆଶା କରୁଛି ଜଲଦୀ ଠିକ୍ ହୋଇଯିବି ‘ ।

ଏହା ସହିତ ସୋସିଆଲ ମିଡିଆରେ ସେ ତାଙ୍କ ପତ୍ନୀଙ୍କ ସହ ଫଟୋ ସେୟାର କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଲେଖିଛନ୍ତି , ମୋ ପତ୍ନୀଙ୍କୁ ଧନ୍ୟବାଦ୍ । ମତେ ଠିକ୍ କରିବା ପାଇଁ ,ମୋ ଶକ୍ତି ହେବାପାଇଁ ,ମୋର ଦେଖାଶୁଣା କରିବା ପାଇଁ, ପୁରା ରାତି ଉଜାଗର ରହିବା ପାଇଁ । ମୁଁ ତୁମକୁ ଭଲପାଏ ।  ସବୁକିଛି ପାଇଁ ଧନ୍ୟବାଦ୍ । ଆଶା କରୁଛି ଜଲଦୀ ଠିକ୍  ହୋଇ ଯାଏ ଏବଂ ନିଜ କାମକୁ ପୁଣି ଫେରେ ‘ ।

ତେବେ  ପ୍ରକୃତରେ ତାଙ୍କର କ’ଣ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ,  କିନ୍ତୁ ତାଙ୍କ ପୋଷ୍ଟରୁ ଏତିକି ଅନୁମାନ କରାଯାଇ ପାରେ କି , ସେ  ହୁଏତ କୌଣସି ଡିପ୍ରେସନରେ  ଅଛନ୍ତି ।