Sunday, November 15, 2026
Home ଆଞ୍ଚଳିକ ଚିହ୍ନଟ ହେଲେ ସଂକ୍ରମିତ, ୨ ମୁଣ୍ଡ ନେଲା କରୋନା

ଚିହ୍ନଟ ହେଲେ ସଂକ୍ରମିତ, ୨ ମୁଣ୍ଡ ନେଲା କରୋନା

15

ଭୁବନେଶ୍ୱର,୨୫/୧୧/୨୧ (ଜିଲ୍ଲା ଖବର ) : ରାଜ୍ୟରେ ଧୀରେ ଧୀରେ ଖସୁଛି ସଂକ୍ରମଣ ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୩୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୮୦୦୯ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୧୯୭ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୩୮ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୪୭ ଜଣ ରହିଛନ୍ତି ।

ଏହାସହ ଆଜି ରାଜ୍ୟରେ କରୋନା ନେଇଛି  ୨ ଜଣଙ୍କ ଜୀବନ।  ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ ରହିଥିବା ସୂଚନା ରହିଛି।