Sunday, November 15, 2026
Home ଆଞ୍ଚଳିକ ବିନା ମେକଅପରେ ଫଟୋ ସେୟାର କରି, ଟ୍ରୋଲ ହେଲେ ରାନୀ ଚାଟାର୍ଜି

ବିନା ମେକଅପରେ ଫଟୋ ସେୟାର କରି, ଟ୍ରୋଲ ହେଲେ ରାନୀ ଚାଟାର୍ଜି

29

ନୂଆଦିଲ୍ଲୀ , ୨୫/୧୧/୨୧ (ଜିଲ୍ଲା ଖବର ) : ଭୋଜପୁରୀ ସିନେମାର ଲୋକପ୍ରିୟ ଅଭିନେତ୍ରୀ ରାନୀ ଚାଟାର୍ଜି ସବୁବେଳେ ନିଜ ଅଭିନୟରେ ଦର୍ଶକଙ୍କ ହୃଦୟକୁ ବାନ୍ଧି ରଖନ୍ତି । ଅନେକ ହିଟ ଫିଲ୍ମରେ ସେ କାମ କରିଛନ୍ତି । ଫ୍ୟାନ ଫଲୋଇଙ୍ଗ ମଧ୍ୟ ତାଙ୍କର କିଛି କମ୍ ନୁହଁନ୍ତି । ସୋସିଆଲ ମିଡିଆରେ ବେଶ ସକ୍ରିୟ ରାନୀ ।  ସେ ତାଙ୍କର ଫଟୋ, ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରୁହନ୍ତି । ଏବେ ସେ ତାଙ୍କର ଆଗାମୀ ଫିଲ୍ମ’ଭାଭି ମା’ର ସୁଟିଂକୁ ନେଇ ଚର୍ଚ୍ଚାରେ ଅଛନ୍ତି ।

ତେବେ ଏହାର ସୁଟିଂ ସେଟରୁ ସେ ତାଙ୍କର କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ବିନା ମେକଅପରେ ନଜର ଆସୁଛନ୍ତି । ଏହି ଫଟୋ ସେୟାର କରି ସେ କ୍ୟାପ୍ସନରେ ଲେଖିଛନ୍ତି ଯେ, ‘ମତେ ବିନା ମେକଅପରେ ମୋ ଚେହେରା ପସନ୍ଦ’ । ତାଙ୍କର ଏହି ଫଟୋ ଦେଖିବା ପରେ କିଛି ୟୁଜର୍ସ ଏହାକୁ ପ୍ରଶଂସା କରୁଥିବା ବେଳେ, ଆଉ କିଛି ଏହାକୁ ନେଇ ଟ୍ରୋଲ କରୁଛନ୍ତି ।

ଜଣେ ୟୁଜର ଲେଖିଛନ୍ତି ଯେ, ପ୍ଲିଜ୍ ଆପଣ ଫିଲ୍ଟର ବ୍ୟବହାର କରନ୍ତୁ , ଏମିତିରେ ଆପଣ ବହୁତ୍ ଭୟଙ୍କର ଲାଗୁଛନ୍ତି’ । ଅନ୍ୟଜଣେ ଲେଖିଛନ୍ତି, ‘ ଏମିତି ଲାଗୁଛି ରାନୀ ଜୀ ମେକଅପ କରିବାକୁ ଭୂଲି ଯାଇଛନ୍ତି, ନଚେତ୍ ମେକଅପ ବକ୍ସ ପାଇ ନାହାଁନ୍ତି’ । ତେବେ ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

ପ୍ରକାଶ ଥାଉକି, ରାନୀ ଚାଟାର୍ଜି ଏବେ ତାଙ୍କ ଫିଲ୍ମ ସହିତ ତାଙ୍କର ଫିଟନେସ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି । ଏବଂ ଚର୍ଚ୍ଚାରେ ରହୁଛନ୍ତି । ସବୁବେଳେ ସୋସିଆଲ ମିଡିଆରେ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଫିଟ ରହିବା ପାଇଁ ପ୍ରେରିତ କରୁଛନ୍ତି ।