
ବ୍ରହ୍ମପୁର,୨୫/୧୧/୨୧ (ଜିଲ୍ଲା ଖବର) : ଆଜି ଉତ୍ତରପ୍ରଦେଶର ଜେୱାରଠାରେ ଦେଶର ସବୁଠାରୁ ବଡ଼ ବିମାନ ବନ୍ଦରର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବିମାନ ବନ୍ଦର ଏସିଆ ମହାଦେଶର ବୃହତ ବିମାନ ବନ୍ଦର ମଧ୍ୟରେ ସ୍ଥାନ ପାଇବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ଜ୍ୟୋର୍ତିରାଦିତ୍ୟ ସିନ୍ଧିଆ ।
ଜେୱାର ଉତ୍ତରପ୍ରଦେଶର ୧୦ତମ ବିମାନ ବନ୍ଦର ହେବ ଯାହା ରାଜ୍ୟ ସମେତ ପୁରା ଦେଶର ବିକାଶରେ ସହାୟକ ହୋଇପାରିବ । ରୋଜଗାର କ୍ଷମତା ବଢାଇବା ସହିତ ଦେଶର ଏଭିଏସନ ସେକ୍ଟରର ଅଭିବୃଦ୍ଧି ଘଟାଇବାରେ ଏହା ସହାୟକ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋର୍ତିରାଦିତ୍ୟ ସିନ୍ଧିଆ । ତେବେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂକଳ୍ପ ଓ ଦୂରଦୃଷ୍ଟି ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି ।


