Wednesday, November 11, 2026
Home ଆଞ୍ଚଳିକ 7 ରାଜ୍ୟର 20 ହଜାର କୋଟି ଟଙ୍କାର ୮ଟି ପରିଯୋଜନାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

7 ରାଜ୍ୟର 20 ହଜାର କୋଟି ଟଙ୍କାର ୮ଟି ପରିଯୋଜନାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

8

ବ୍ରହ୍ମପୁର,୨୫/୧୧/୨୧ (ଜିଲ୍ଲା ଖବର) :  7 ରାଜ୍ୟର 20 ହଜାର କୋଟି ଟଙ୍କାର ୮ଟି ପରିଯୋଜନାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 39 ତମ ପ୍ରଗତି ବୈଠକର ଅଧ୍ୟକ୍ଷତା କରି ଏହି ଯୋଜନା ଗୁଡିକର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ।

୮ଟି ଯୋଜନା ମଧ୍ୟରୁ ତିନୋଟି ରେଳ ମନ୍ତ୍ରଣାଳୟ, ୨ଟି ସଡକ ପରିବହନ ଏବଂ ରାଜମାର୍ଗ, ୨ଟି ବିଜୁଳି ସମ୍ବନ୍ଧୀୟ ଥିବାବେଳେ ଗୋଟିଏ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର । ପ୍ରାୟ 20 ହଜାର କୋଟି ଟଙ୍କାର ଏହି ୮ଟି ପ୍ରକଳ୍ପ ୭ଟି ରାଜ୍ୟ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ସହ ଜଡିତ ।

ଏହି ପ୍ରକଳ୍ପ ଗୁଡିକ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେହିପରି ପୋଷଣ ଅଭିଯାନର ମଧ୍ୟ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ପିଏମଓର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା 38ଟି ପ୍ରଗତି ବୈଠକରେ ସମୁଦାୟ 14.64 ଲକ୍ଷ କୋଟି ଟଙ୍କାର 303ଟି ପ୍ରକଳ୍ପର ସମୀକ୍ଷା କରାଯାଇଛି ।