
ମୟୂରଭଞ୍ଜ,୨୫/୧୧/୨୧ (ଜିଲ୍ଲା ଖବର ) : ମୟୂରଭଞ୍ଜରୁ ନୀଳଗିରିକୁ ପ୍ରବେଶ କଲେ ୧୬ ଟି ଝାଡ଼ଖଣ୍ଡୀ ହାତୀ ପଲ । ଗତକାଲି ରାତିରେ ମୟୂରଭଞ୍ଜ ନଡ଼ପୁର, ବୁଢ଼ାବଳଙ୍ଗ ନଦୀ ପାର ହୋଇ ନୀଳଗିରିର ପୁନ୍ଦାଳ, କାଠପାଳ, ଅଯୋଧ୍ୟା, ପାଟଣା ହୋଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲକୁ ପ୍ରଵେଶ କରିଛନ୍ତି ହାତୀ ପଲ ।
ଯିବା ବେଳେ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ସୂଚନା ମିଳିଛି । ହାତୀ ପଲ ଗତି ବିଧ୍ ଉପରେ ନଜର ରଖିବାକୁ ନୀଳଗିରି ବନ ବିଭାଗ ଉପସ୍ଥିତ ଥିବା ଜଣାପଡିଛି ।



