Tuesday, November 17, 2026
Home ଆଞ୍ଚଳିକ ଆଜି ମାଣବସା ଗୁରୁବାର; ଗାଁ ଠୁ ସହର ସବୁଠି ଶୁଭୁଛି ଲକ୍ଷ୍ମୀ ପୁରାଣ

ଆଜି ମାଣବସା ଗୁରୁବାର; ଗାଁ ଠୁ ସହର ସବୁଠି ଶୁଭୁଛି ଲକ୍ଷ୍ମୀ ପୁରାଣ

110

ବ୍ରହ୍ମପୁର,୨୫/୧୧/୨୧ (ଜିଲ୍ଲା ଖବର) :  ଆଜି ହେଉଛି ପବିତ୍ର ମାଣବସା । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ପ୍ରତି ଓଡିଆ ଘରେ ମାଣବସାଇ ମା ଲକ୍ଷ୍ମୀଙ୍କୁ ଆରାଧନା କରାଯାଇଛି ।

ପରିବାରକୁ ଦୁଃଖ ଦାରିଦ୍ରରୁ ରକ୍ଷା କରିବା ଲାଗି ମା’ ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି ପ୍ରତିଟି ଓଡ଼ିଆଣୀ I ମା’ ଲକ୍ଷ୍ମୀଙ୍କ ମାଣବସା ଓସା ପାଇଁ ପୂର୍ବଦିନ ରାତ୍ରୀରୁ ଗୃହଣୀମାନେ ଘରଦ୍ଵାର ଲିପା ପୋଛା କରି ନୂଆ ଚାଉଳ ପିଠଉରେ ଝୋଟି ଏବଂ ଲକ୍ଷ୍ମୀପାଦ ଆଙ୍କିଥାନ୍ତି । ଗୁରୁବାର ଭୋର ଗୃହଣୀମାନେ ଉଠି ସ୍ନାନ କରି ମା’ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିଥାନ୍ତି । ତା’ପରେ ମା’ ଲକ୍ଷ୍ମୀଙ୍କ ସମସ୍ତ ରିତି ନୀତି ଅନୁଶାରେ ପୂଜା ପାଠ କରା ଯାଇଥାଏ ।

ପରମ୍ପାର ଅନୁସାରେ ଏହି ପୂଜା କେଉଁ ଅନାଦି କାଳରୁ ଘରେ ଘରେ ହୋଇଆସୁଛି ।  ବର୍ଷକରେ ଥରେ ମା’ଙ୍କ ପୂଜାକଲେ ପରିବାରର ସୁଖ ସମ୍ପତ୍ତି ମିଳିବା ସହ ପରିବାରର ଧନ ଧାନ୍ୟ ଓ ଅଭାବ ରହି ନଥାଏ ବୋଲି ପ୍ରବାଦ ରହିଛି । ଏଣୁ ଏହି ପୂଜା ଓଡିଆଙ୍କର ଏକ ଗଣ ପର୍ବ ଭାବେ ପଳନ କରାଯାଇଥାଏ I ମା’ ଲକ୍ଷ୍ମୀଙ୍କ ପୂଜା ପାଇଁ ଆଜି ଗାଁ ଠୁ ସହର ଉତ୍ସବ ମୁଖର ହୋଇପଡିଛି ।