Tuesday, November 17, 2026
Home ଆଞ୍ଚଳିକ ଧାରଣା DAY-4; ଶ୍ୱଶୁର ଘର ଆଗରେ ଚିତା ପକାଇ ମାଣ ବସାଇଲେ ନବବଧୂ

ଧାରଣା DAY-4; ଶ୍ୱଶୁର ଘର ଆଗରେ ଚିତା ପକାଇ ମାଣ ବସାଇଲେ ନବବଧୂ

10

ବ୍ରହ୍ମପୁର,୨୫/୧୧/୨୧ (ଜିଲ୍ଲା ଖବର) :  ବ୍ରହ୍ମପୁରରେ ଶ୍ୱଶୁର ଘର ବାହାରେ ନବବଧୂର ଧାରଣା ଦେବା ଘଟଣା । ଚତୁର୍ଥ ଦିନରେ ପହଞ୍ଚିଲା ନବବଧୁଙ୍କ ଧାରଣା। ଶ୍ୱଶୁର ଘର ଆଗରେ ଢୋଟି ପକାଇ, ହୁଳହୁଳି ପକାଇ ମାଣ ବସାଇଲେ ନବବଧୂ । ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ଶ୍ୱଶୁର ଘର ଆଗରେ ବୋହୁ ଧାରଣା ଦେଇଛନ୍ତି । ନିଜ ସ୍ୱାମୀ ଏବଂ ନିଜ ହକ୍ ପାଇଁ ରାସ୍ତା ଉପରେ ଧାରଣାରେ ଅଛନ୍ତି ନବବଧୂ ।

ଅନ୍ୟପଟେ ଗତାକାଲି ପ୍ରଥମ ଥର ପାଇଁ କ୍ୟାମେରା ସମ୍ମୁଖରେ ମୁହଁ ଖୋଲିଥିଲେ ନବବଧୂଙ୍କ ସ୍ୱାମୀ । ବାହାଘର ହୋଇଥିବା ନେଇ ସୁମିତ ସ୍ବୀକାର କରିଛନ୍ତି । ହଁ, ମୁଁ ତାଙ୍କୁ ବାହା ହୋଇଛି। ସେ ମଧ୍ୟ ଆମ ଘରକୁ ଆସିଥିଲେ। ଆମ ଘରେ ସେ ଅଢ଼େଇ ମାସ ରହିଛନ୍ତି। କିନ୍ତୁ ସେ ଘରେ ଗଣ୍ଡଗୋଳ କରି ପଳେଇଥିଲେ। ଏହାପରେ ସେ ଆମ ନାଁରେ ୪୯୮ ମାମଲା ରୁଜୁ କରିଥିଲେ ବୋଲି କହିଛନ୍ତି ବ୍ରହ୍ମପୁରରେ ଧାରଣାରେ ବସିଥିବା ମହିଳାଙ୍କ ସ୍ୱାମୀ ସୁମିତ ସାହୁ। 

ପ୍ରଥମେ ମହିଳା ହିଁ ଘରେ ଗଣ୍ଡଗୋଳ କରି ୪୯୮ ମାମଲା ରୁଜୁ କରିଥିଲେ । ପରେ ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିବା ସୁମିତ କହିଛନ୍ତି । ଏବେ ନ୍ୟାୟାଳୟରେ ମାମଲାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି । ବାହାଘର ପାଇଁ ନିମନ୍ତ୍ରଣ କାର୍ଡ ଛପାଯାଇନାହିଁ ବୋଲି ସୁମିତ ପ୍ରକାଶ କରିଛନ୍ତ । ବାହାଘର ପାଇଁ ପୂର୍ବରୁ ସ୍ଥିର ହୋଇଥିଲା । କିନ୍ତୁ ତପସ୍ବିନୀ ଘରେ ଗଣ୍ଡଗୋଳ କରି ବାହାରି ଯାଇଥିଲେ ।