
ମୟୂରଭଞ୍ଜ, ୨୫/୧୧/୨୧ (ଜିଲ୍ଲା ଖବର ) : ଭିଜିଲାନ୍ସ ଜାଲରେ ବାରିପଦାର ସହକାରୀ ଯନ୍ତ୍ରୀ । ଆଇଟିଡିଏ ବିଭାଗର ସହଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୧୨ଟି ସ୍ଥାନରେ ଚଢ଼ାଉ ହୋଇଛି ।
ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ନେତୃତ୍ତ୍ୱରେ ଆଇ.ଟି.ଡି.ଏ. କାର୍ଯ୍ୟାଳୟ , ଭଞ୍ଜପୁରସ୍ଥିତ ଘର, ବାଲିଆପାଳର ଭୋଗରାଇ ସ୍ଥିତ ପୈତୃକ ଘର ସହିତ ଭୁବନେଶ୍ୱର ଓ ଉତ୍ତରାରେ ଚଢାଉ ଜାରି ରହିଛି । ଯନ୍ତ୍ରୀ ସନ୍ତୋଷ ଦୀର୍ଘ ଆଠ ବର୍ଷ ଧରି ବାରିପଦା କାର୍ଯ୍ୟାଳୟରେ ଚାକିରୀ କରୁଥିବା ସମୟରେ ଅନେକ ଦୁର୍ନୀତିରେ ସଂପୃକ୍ତ ନେଇ ପୂର୍ବରୁ ମଧ୍ୟ ଖବର ପ୍ରକାଶ ହୋଇଥିଲା।
ଠିକାଦାରଙ୍କ ଜାଲି ଦସ୍ତଖତକୁ ନେଇ ଅନେକ ସମୟରେ ଟଙ୍କା ଉଠାଉଥିବା ଠିକାଦାର ଅଭିଯୋଗ ଆଣିଥିଲେ। ଏହାସହ ତାଙ୍କ ନାଁରେ ଜିଏସଟି ଠକେଇ ମାମଲାରେ ତଦନ୍ତ ଜାରି ରହିଛି ।



