Home ଅପରାଧ ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୋଡ଼ାଇଲା ଦନ୍ତା

ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୋଡ଼ାଇଲା ଦନ୍ତା

4

ଖୋର୍ଦ୍ଧା,୨୫/୧୧/୨୧ (ଜିଲ୍ଲା ଖବର ) :  ଖୋର୍ଦ୍ଧା ନୂଆ ଜଗନ୍ନାଥ ସଡ଼କରେ ଦନ୍ତାହାତୀ ଆତଙ୍କ । ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୋଡ଼ାଇଲା ଦନ୍ତା । ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା । କିଛିଦିନହେଲା  ଜଙ୍ଗଲୀ ହାତୀ ପଲ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜରେ ଆତଙ୍କ ଖେଳାଇଛନ୍ତି।

ଦିନ ବେଳା ଜଙ୍ଗଲରେ ରହୁଛନ୍ତି, ରାତି ହେଲେ ଗାଁରେ ପଶି ଚାଷ ନଷ୍ଟ କରୁଛନ୍ତି । ବନବିଭାଗ ଚେଷ୍ଟା କରୁଥିଲେ ବି ସଫଳତା ମିଳିପାରୁନି । ରାମେଶ୍ୱର ଜଙ୍ଗଲରେ ୨ଟି ହାତୀ ଥିବା କୁହାଯାଉଛି । ଏଥିରୁ ଗୋଟିଏ ଦନ୍ତା  ଶରଣକୂଳ ପୁରୀ ଜଗନ୍ନାଥ ସଡ଼କ ରାମେଶ୍ୱର ନିକଟ ରାସ୍ତା ଉପରକୁ ଆସିଯାଇଥିଲା ।

ଯାହାକୁ ନେଇ ଭୟଭୀତ ହୋଇଥିଲେ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ବାସିନ୍ଦା । ଖବର ପାଇ ବନବିଭାଗ ହାତୀ ଘଉଡ଼ାଇବାକୁ ପହଁଚିଥିଲା । ତେବେ ହାତୀଟି ବନବିଭାଗ କର୍ମଚାରୀଙ୍କ ଆଡ଼କୁ ଆସିଥିଲା । ଶେଷରେ ସାଇରେନ୍ ବଜାଇ ବନ ବିଭାଗ  କର୍ମଚାରୀ ହାତୀକୁ ଜଙ୍ଗଲକୁ ଘଉଡାଇ ଦେଇଛନ୍ତି ।