
ନୂଆଦିଲ୍ଲୀ,୨୫/୧୧/୨୧ (ଜିଲ୍ଲା ଖବର ) : ବଲିଉଡରୁ ଆରମ୍ଭ କରି ହଲିଉଡ ଯାଏ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିକ ଜୋନାସଙ୍କୁ ବିବାହ କରିବା ପରଠାରୁ ଚର୍ଚ୍ଚାରେ ରହି ଆସିଛନ୍ତି। ଦୁହେଁ ସୋସିଆଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ୍ । ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଏହି ଯୋଡିଙ୍କ ଛାଡପତ୍ରକୁ ନେଇ ନିକଟରେ ସୋସିଆଲ ମିଡିଆରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହାକୁ ଏକଦମ୍ ଅସ୍ବିକାର କରିଛନ୍ତି ପ୍ରିୟଙ୍କା ଓ ତାଙ୍କ ମା’ । ଏହି ଗୁଜବ ପରେ ପ୍ରିୟଙ୍କା ଜୋନାସ୍ ବ୍ରଦର୍ସ ଫ୍ୟାମିଲି ରୋଷ୍ଟରେ ତାଙ୍କ ସ୍ୱାମୀଙ୍କୁ ବହୁତ ମଜାକ୍ ଉଡାଇଛନ୍ତି ।
ଇନଷ୍ଟାଗ୍ରାମରେ ପ୍ରିୟଙ୍କା ଏହାର ଏକ ଭିଡିଓ ସେୟାର କରିଛନ୍ତି। ସେ କହିଛନ୍ତି ଯେ,‘ମୁଁ ଆଜି ଏଠାରେ ଉପସ୍ଥିତ ରହି ବେଶ ଗର୍ବ ଏବଂ ସମ୍ମାନିତ ଅନୁଭବ କରୁଛି । ଯେଉଁଠି ମୁଁ ମୋ ସ୍ୱାମୀ ନିକ ଏବଂ ତାଙ୍କ ଭାଇମାନଙ୍କୁ ରୋଷ୍ଟ କରିବି। ଯାହାର ନାମ ମୁଁ କେବେବି ମନେ ରଖି ପାରିବି ନାହିଁ । କାହିଁକି ନାଁ,ମୁଁ ଭାରତରୁ ଆସିଛି । ଯେଉଁଠାରେ ସଂସ୍କୃତି, ସଙ୍ଗୀତ ଏବଂ ମନୋରଞ୍ଜନର ଏକ ଭଣ୍ଡାର ରହିଛି । ଯେଉଁଥିପାଇଁ ଜୋନାସ୍ ବ୍ରଦର୍ସ ସେଠାରେ ନିଜକୁ ସ୍ଥାପିତ କରି ପାରିଲେ ନାହିଁ ।
କେବଳ ଏତିକି ନୁହେଁ, ଏହା ସହ ସେ ଏକଥା ମଧ୍ୟ କହିଛନ୍ତି ଯେ, ୧୦ ବର୍ଷର ବୟସର ବ୍ୟବଧାନ ରହିଛି ନିକ୍ ଓ ମୋ ଭିତରେ । ହେଲେ କଣ ହେଲା , ଆମେ ଦୁହେଁ ଦୁହିଁଙ୍କୁ କିଛି ନା କିଛି ଶିଖାଇ ଥାଉ । ନିକ୍ ମୋତେ ଟିକ୍ଟକ୍ ବ୍ୟବହାର କରିବା ଶିଖାଇଥିଲେ । ଆଉ ମୁଁ ତାଙ୍କୁ ସଫଳ ଅଭିନୟ ପାଇଁ କଣ କଣ ଦରକାର ତାହା ତାଙ୍କୁ ବୁଝାଇଥିଲି ।


