ପୁଣି ବିଜେଡି ନେତାଙ୍କ ଦବଙ୍ଗଗିରି

21

ନୟାଗଡ, ୨୫/୧୧/୨୧ (ଜିଲ୍ଲା ଖବର ) : ପୁଣି ସାମ୍ନାକୁ ଆସିଲା ବିଜେଡି ନେତାଙ୍କ ଦବଙ୍ଗଗିରି । ନୟାଗଡ଼ ଦଶପଲ୍ଲା ବ୍ଲକ ପରିସରରେ ବ୍ଲକ ଉପାଧ୍ୟକ୍ଷ ବସନ୍ତ ସାହୁଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ । ସ୍ଥାନୀୟ ପାୱାରଫୁଲ ବିଜେଡି ନେତା ତଥା  ବ୍ଲକ ଅଧକ୍ଷାଙ୍କ ସ୍ୱାମୀ ଉପେନ୍ଦ୍ର ସାହୁଙ୍କ ନାଁରେ ଏ ଅଭିଯୋଗ ଆସିଛି । ଉପାଧ୍ୟକ୍ଷ ବସନ୍ତ ସାହୁଙ୍କ ପକ୍ଷରୁ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ ହୋଇଛି । କାର୍ଯ୍ୟାନୁଷ୍ଠାନ ଦାବିରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣା ଦିଆଯାଇଛି l

ସୂଚନା ଅନୁସାରେ,  ବ୍ଲକରେ 15ପ୍ରତିଶତ ଅଧିକ PC କାରବାର ଓ ଫଲ୍ସ ବିଲ କରିବା ପାଇଁ ସରକାରୀ ଅଧିକାରୀଙ୍କୁ ଧମକାଇଵା ଅଭିଯୋଗ କଥା ଆସିଥିଲା । ବ୍ଲକରେ ଗୁଣ୍ଡାରାଜ ଚଳାଇ ଆସୁଥିବା ନେଇ ଉପେନ୍ଦ୍ରଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଥିଲେ I ଯାହାକୁ ନେଇ ବ୍ଲକ ପରିସରରେ ବିଡ଼ିଓଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ ଦଶପଲ୍ଲାର ପାୱାରଫୁଲ ବିଜେଡି ନେତା ଉପେନ୍ଦ୍ର ସାହୁ I

ଗତକାଲି ବ୍ଲକ ପରିସରରେ ଦଳୀୟ ସଭା ଚାଲିଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ବସନ୍ତ ସାହୁ ଓ ଉପେନ୍ଦ୍ର ସାହୁଙ୍କ ମଧ୍ୟରେ ବଚସା ଉଗ୍ର ରୂପ ନେଇଥିଲା । ଉପେନ୍ଦ୍ରଙ୍କ ଗିରଫ ଦାବି ସହ ବ୍ଲକରେ ଉପେନ୍ଦ୍ରଙ୍କ ଗୁଣ୍ଡାରାଜ ହଟାଇବାକୁ ଧରଣାରେ ବସିଥିଲେ ବ୍ଲକ ଉପାଧ୍ୟକ୍ଷ ବସନ୍ତ ସାହୁ I