Sunday, November 15, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା, ରାକ୍ଷୀ ସାୱନ୍ତ

ଜନ୍ମଦିନର ଶୁଭେଚ୍ଛା, ରାକ୍ଷୀ ସାୱନ୍ତ

30

ନୂଆଦିଲ୍ଲୀ, ୨୫/୧୧/୨୧ (ଜିଲ୍ଲା ଖବର ) : ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାୱନ୍ତଙ୍କ ଆଜି ଜନ୍ମଦିନ । ଆଜି ସେ ତାଙ୍କର ୪୨ତମ ଜନ୍ମଦିନ ପାଳନ କରୁଛନ୍ତି । ୨୫ ନଭେମ୍ବର ୧୯୭୮ରେ ମୁମ୍ବାଇରେ ସେ ଜନ୍ମଗ୍ରହଣ କରିଥିଲେ । ସେ ଦର୍ଶକଙ୍କ ମନୋରଞ୍ଜନ କରିବାର କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରାକ୍ଷୀ । ସବୁବେଳେ ଫଟୋ, ଭିଡିଓ ସେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ଫ୍ୟାନ ଫଲୋଇଙ୍ଗ ମଧ୍ୟ ତାଙ୍କର କିଛି କମ୍ ନୁହଁନ୍ତି ।

ରାକ୍ଷୀ ଆଜି ଯେଉଁ ସ୍ଥାନରେ ଅଛନ୍ତି, ଏହି ସ୍ଥାନରେ ପହଞ୍ଚିବା ତାଙ୍କ ପାଇଁ ଏତେ ସହଜ ନଥିଲା । ଏଥିପାଇଁ ସେ ଅନେକ ସଂଘର୍ଷ କରିଛନ୍ତି । ଏବଂ ଆଜି ନିଜର ଏକ ପରିଚୟ ସୃଷ୍ଟି କରିଛନ୍ତି ।

ପିଲାଦିନରୁ ସେ ଅଭାବ ଅନାଟନ ମଧ୍ୟରେ ବଢି ଆସିଥିଲେ । ପ୍ରଥମେ ତାଙ୍କ ନାଁ ଥିଲା ନିରୁ ଭେଦା । ତାଙ୍କ ପିତା ଜଣେ ପୁଲିସ କନେଷ୍ଟବଳ ଥିଲେ ଏବଂ ମା’ ହସ୍ପିଟାଲରେ ଆୟା କାମ କରୁଥିଲେ । ଏତିକି ରୋଜଗାରରେ ତାଙ୍କ ପରିବାର ଚଳିବା କଷ୍ଟକର ହୋଇ ପଡୁଥିଲା । ଏଥିପାଇଁ ରାକ୍ଷୀ ମଧ୍ୟ କିଛି ନା କିଛି କାମ କରୁଥିଲେ ।

ପିଲାଦିନରୁ ଡାନ୍ସ ପ୍ରତି ରୁଚି ରଖିଥିଲେ ରାକ୍ଷୀ । କିନ୍ତୁ ତାଙ୍କ ପରିବାରରେ ଏହାକୁ ବିରୋଧ କରୁଥିଲେ । ଏମିତିକି ସେ ଡାନ୍ସ କରି ନପାରନ୍ତୁ ବୋଲି, ତାଙ୍କର କେଶ ମଧ୍ୟ କାଟି ଦେଇଥିଲେ । ତାଙ୍କୁ ମାଡବି ମାରୁଥିଲେ । କିନ୍ତୁ ନିଜ ଜିଦରେ ଅଟଳ ଥିଲେ ରାକ୍ଷୀ । ଏବଂ ଇଣ୍ଡଷ୍ଟ୍ରିରେ ଅନେକ ସଂଘର୍ଷ କରି ପ୍ରବେଶ କରିଥିଲେ । ଆଉ ଆଜି ସେ ନିଜର ଏକ ପରିଚୟ ସୃଷ୍ଟି କରି ପାରିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ଢେରସାରା ଶୁଭକାମନା ।