
୨୫/୧୧/୨୧ (ଜିଲ୍ଲା ଖବର ) : ଆନ୍ଧ୍ର ଓଡିଶା ସୀମା ବିବାଦ ପ୍ରସଙ୍ଗ । ସମସ୍ୟାର ସମାଧାନ ଲାଗି ଗଠନ ହେଲା ଉଚ୍ଚସ୍ତରୀୟ କମିଟି । ମୁଖ୍ୟ ଶାସନ ସଚ୍ଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । କମିଟିରେ ସ୍ଥାନ ପାଇଛନ୍ତି ୮ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ।
କମିଟିରେ ସ୍ଥାନ ପାଇଛନ୍ତି ଉନ୍ନୟନ କମିଶନର, ଗୃହ, ରାଜସ୍ୱ, ଜଳ ସମ୍ପଦ ବିଭାର ସଚ୍ଚିବ । ସେହିପରି ଗଣଶିକ୍ଷା, ଉଚ୍ଚଶିକ୍ଷା ଏବଂ ଶକ୍ତି ବିଭାଗର ସଚ୍ଚିବ ମଧ୍ୟ କମିଟିରେ ସ୍ଥାନ ପାଇଛନ୍ତି ।
ନିକଟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓଡିଶା ଗସ୍ତରେ ଆସିଥିଲେ । ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ 9ଟି ପ୍ରସଙ୍ଗରେ ଆଲୋଚନା ହୋଇଥିଲେ । ଦୁଇ ରାଜ୍ୟ ଏକାଠି ମିଶି କାମ କରିବେ ବୋଲି ଅଲୋଚନା ହୋଇଥିଲା ।


