Tuesday, November 17, 2026
Home ଆଞ୍ଚଳିକ କେନ୍ଦ୍ର ସରକାର ବିରୁଦ୍ଧରେ, ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଦାବିପତ୍ର...

କେନ୍ଦ୍ର ସରକାର ବିରୁଦ୍ଧରେ, ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

26

ଗଞ୍ଜାମ,୨୪/୧୧/୨୧(ଜିଲ୍ଲା ଖବର):ଦେଶରେ ଅହେତୁକ ଭାବରେ ରନ୍ଧନ ଗ୍ୟାସ ର ଦର ବୃଦ୍ଧି କୁ ବିରୋଧ କରି ବିଜୁ ଜନତା ଦଳ ର ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଆଜି ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଠାରେ ବିଜେଡି ପକ୍ଷରୁ ପ୍ରତିବାଦ କରି ବିକ୍ଷୋଭ ପଦର୍ଶନ କରାଯାଇଛି |ଦଳ ପକ୍ଷରୁ ଚାରିଛକ ଠାରେ ସ୍ବର୍ଗତ ବିଜୁ ବାବୁ ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟ ଅର୍ପଣ କରି ବ୍ଲକ ଅଭିମୁଖେ ଶତାଧିକ ମହିଳା ବିଜେଡିକର୍ମୀ ଏବଂ ପୁରୁଷ କେନ୍ଦ୍ର ସରକାର ବିରୁଦ୍ଧରେ ନାରାବାଜି ଦେଇ ବ୍ଲକ ଠାରେ ଗୋଷ୍ଠୀ ଉର୍ନୟନ ଅଧିକାରୀ ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଦେଇଥିଲେ |ବ୍ଲକ ସଭାପତି ଶ୍ରୀ ଶରତ ପାତ୍ର ନେତୃତ୍ୱରେ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ହୀନ ବେହେରା, ଦିଗାମ୍ବର ନାହାକ, ଉଦୟ ନାଥ ପ୍ରଧାନ, ହୃଷିକେଶ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ |
ରିପୋର୍ଟ: ଅଖିଳ ପଟ୍ଟନାୟକ