Friday, November 13, 2026
Home ଆଞ୍ଚଳିକ ସୋସିଆଲ ମିଡିଆରେ ଧୂମ ମଚାଉଛି ଫିଲ୍ମ ‘ଜର୍ସି’ର ଟ୍ରେଲର

ସୋସିଆଲ ମିଡିଆରେ ଧୂମ ମଚାଉଛି ଫିଲ୍ମ ‘ଜର୍ସି’ର ଟ୍ରେଲର

14

ନୂଆଦିଲ୍ଲୀ, ୨୪/୧୧/୨୧ ( ଜିଲ୍ଲା ଖବର) : ନିକଟରେ ବଲିଉଡ ଅଭିନେତା ସାହିଦ୍‌ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ’ଜର୍ସି’ର  ଟ୍ରେଲର ରିଲିଜ୍ ହୋଇଛି । ଏହାର ଟ୍ରେଲର ରିଲିଜ୍ ହେବା ସଙ୍ଗେସଙ୍ଗେ , ସୋସିଆଲ ମିଡିଆରେ ଧୂମ ମଚାଇବାରେ ଲାଗିଛି । ଏଥିରେ ତାଙ୍କର ଡାନ୍ସିଂ ଏବଂ  କ୍ରିକେଟର୍ ଅବତାରକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି ।

ଫିଲ୍ମ ’ଜର୍ସି’ ରଣଜୀ ଖେଳାଳିଙ୍କ କାହାଣୀ ଉପରେ ଆଧାରିତ । ଏମିତି ଜଣେ ପ୍ରତିଭାବାନ ଖେଳାଳିଙ୍କ ଜୀବନରେ ଏମିତି କିଛି ଘଟେ, ଯାହା ତାଙ୍କୁ କ୍ରିକେଟ୍ ଛାଡ଼ିବାକୁ ବାଧ୍ୟ କରେ । ଫ୍ୟାମିଲ୍ ଲାଇଫ୍‌କୁ ସମ୍ଭାଳିବା ପାଇଁ ପ୍ରତିଟି ମୂହୁର୍ତ୍ତରେ ସଂଘର୍ଷ କରିବାକୁ ପଡ଼ିଥାଏ । ତେବେ ପୁଅର ନିବେଦନ ଓ ପୁଅ ସାମ୍ନାରେ ବାପା ନିଜ ସମ୍ମାନକୁ ରଖିବାକୁ ପୁଣିଥରେ କ୍ରିକେଟ୍‌କୁ ଫେରଛନ୍ତି।

ତେବେ ଏହି ଫିଲ୍ମରେ ସାହିଦ୍‌ଙ୍କ ସହିତ ମୃଣାଳ ଠାକୁର ମୁଖ୍ୟ ଭୂମିକାରେ ନଜର ଆସିବେ ।  ଏହା ୩୧ ଡିସେମ୍ବରରେ ବଡ଼ ପରଦାରେ  ରିଲିଜ୍ ହେବାକୁ ଯାଉଛି ।