
ନୂଆଦିଲ୍ଲୀ, ୨୪/୧୧/୨୧ ( ଜିଲ୍ଲା ଖବର) : ତେଲୁଗୁ ଅଭିନେତା ଅଲୁ ଅର୍ଜୁନ ସବୁବେଳେ ତାଙ୍କର ଅଭିନୟରେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ଦର୍ଶକ ତାଙ୍କୁ ବେଶ ଭଲପାଇବା ଦିଅନ୍ତି । ସୋସିଆଲ ମିଡିଆରେ ଫ୍ୟାନ ଫଲୋଇଙ୍ଗ୍ ମଧ୍ୟ ତାଙ୍କର କିଛି କମ୍ ନୁହଁନ୍ତି । ତାଙ୍କ ଭଳି ତାଙ୍କ ଝିଅ ଅଲୁ ଆରହା ମଧ୍ୟ ଇଣ୍ଡଷ୍ଟ୍ରିରେ ଖୁବ୍ ପ୍ରସିଦ୍ଧ। ତାଙ୍କର ଟିକିଏ ଝଲକ ଦେଖିବା ପାଇଁ ଫ୍ୟାନ୍ସ ସବୁବେଳେ ଚାହିଁ ରହି ଥାଆନ୍ତି । ତାଙ୍କର ଫଟୋ ବା ଭିଡିଓ, ଆସିବା ମାତ୍ରେ ସୋସିଆଲ ମିଡିଆରେ ଛାଇ ଯାଏ ।
ନିକଟରେ ଆରହାଙ୍କ ଜନ୍ମଦିନ ଅବସରରେ ଅଲୁ ଅର୍ଜୁନ ଓ ତାଙ୍କ ପତ୍ନୀ ସ୍ନେହା ରେଡ୍ଡୀ ଏକ ବଡ ପାର୍ଟିର ଆୟୋଜନ ରଖିଥିଲେ । ଅଲୁ ଅର୍ଜୁନ, ସ୍ନେହା ରେଡ୍ଡୀ, ଆୟାନ, ଆରହା ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଦୁବାଇ ଯାଇ ସେଠାରେ ଜନ୍ମଦିନର ମଜା ଉଠାଇଥିଲେ । ଦୁବାଇର ଆଇକନିକ୍ ବୁର୍ଜ ଖଲିଫା ବିଲ୍ଡିଂରେ ଅଲୁ ଏହି ପାର୍ଟି ପାଇଁ ଏକ ସ୍ଥାନ ବୁକ୍ କରିଥିଲେ। ସେଠାରେ ଝଅର ଜନ୍ମଦିନ ପାଳନ କରିଥିଲେ ।
ଝିଅ ଜନ୍ମଦିନ ଅବସରରେ ସୋସିଆଲ ମିଡିଆ ୱେବସାଇଟରେ ଝିଅ ସହ ଏକ ଆକର୍ଷଣୀୟ ଫଟୋ ପୋଷ୍ଟ କରି, ଇମୋସନାଲ ନୋଟ୍ ଲେଖିଥିଲେ । ସେ ଲେଖିଥିଲେ ଯେ, ‘ଜନ୍ମଦିନର ଶୁଭେଚ୍ଛା ମୋର ପ୍ରିନ୍ସେସ୍ । ଚିନ୍ନା ବେବି ମୁଁ ତୁମକୁ ବହୁତ୍ ଭଲପାଏ । ଆଶା କରୁଛି ଏହି ବର୍ଷ ଅନେକ ରଙ୍ଗ, ଚିତ୍ରାଙ୍କନ ଏବଂ ଭ୍ରମଣରେ ପରିପୂର୍ଣ୍ଣ ରହୁ।’
ପ୍ରକାଶ ଥାଉକି, ସାମନ୍ଥା ରୁଥ ପ୍ରଭୁଙ୍କ ଆଗାମୀ ଔପନ୍ୟାସିକ ଫିଲ୍ମ ଶକୁନ୍ଥଲମରେ ଅଲୁ ଆରହା ନଜର ଆସିବେ ।


