
ଭୁବନେଶ୍ଵର,୨୪/୧୧/୨୧ ( ଜିଲ୍ଲା ଖବର) : ଧାନୀରେ ରଙ୍ଗିଲା ସ୍ଵାମୀ। ନାମ ତାଙ୍କର ଆଲୋକ, କିନ୍ତୁ ସମସ୍ତଙ୍କୁ ଅନ୍ଧାରରେ ରଖୁଥିଲେ। ଆଉ ଚାଲିଥିଲା ରାସନୀଳା। ଜଣେ କି ଦୁଇ ଜଣ ନୁହେଁ ତିନି ଜଣଙ୍କୁ ବାହା ହୋଇଥିଲେ ଆଲୋକ। କେବଳ ସେତିକି ନୁହେଁ ଏହି ରଙ୍ଗିଲା ସ୍ଵାମୀ ତାଙ୍କ ଭଉଣି ଘରେ ଆଉ ଜଣେ ମହିଳାଙ୍କ ସହ ତିଲେ।
ସ୍ୱାମୀଙ୍କୁ ନେଇ ଏବେ ସ୍ତ୍ରୀମାନଙ୍କ ଭିତରେ ଟଣା ଓଟରା । ଜଣେ ସ୍ୱାମୀକୁ ନେଇ ମଞ୍ଚେଶ୍ୱର ଥାନାରେ ହାଜର ହେଲେ ୩ ମହିଳା । ସମସ୍ତଙ୍କୁ ବିବାହ କରିବା ସହ ଆଲୋକ ଜେନା ନାମକ ଏହି ବ୍ୟକ୍ତି ମହିଳାଙ୍କଠୁ ଲକ୍ଷାଧିକ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି । ଭଉଣୀ ଘରେ ଆଉ ଜଣେ ମହିଳାଙ୍କ ସହ ଥିବା ବେଳେ ଆଲୋକ ଜେନାଙ୍କୁ ଧରି ମଞ୍ଚେଶ୍ୱର ଥାନାରେ ଜିମା ଦେଲେ ପୂର୍ବରୁ ବାହା ହେଇଥିବା ୩ ସ୍ତ୍ରୀ।
ଆଲୋକ ଜେନାର ଘର ଖୋର୍ଦ୍ଧା ବାଣପୁର ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି । ସେ ରାଜଧାନୀରେ ଡ୍ରାଇଭର ଭାବେ କାମ କରୁଥିଲା। ଗୋଟିଏ ପରେ ଗୋଟିଏ ବାହା ହୋଇ ସେମାନଙ୍କଠୁ ଗାଡି ଆଣୁଥିଲା । ଏହାପରେ ନିଜେ ଆଲୋକ ଗାଡିର ମାଲିକ ହେଉଥିଲା। ତେବେ ଅଭିଯୋଗ ପରେ ଏବେ ଥାନାରେ ଅଛନ୍ତି ରଙ୍ଗିଲା ସ୍ଵାମୀ।



