Saturday, October 10, 2026
Home Uncategorized ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଅଟକ

ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଅଟକ

4

ବ୍ରହ୍ମପୁର, ୨୪/୧୧/୨୧ ( ଜିଲ୍ଲା ଖବର) : ଗଞ୍ଜାମ ଆସିକା ବ୍ଲକ ଅନ୍ତର୍ଗତ କେନ୍ଦୁପଦର ନିକଟରେ ବିପୁଳ ପରିମାଣର ବିଦେଶୀ ମଦ ଜବତ। ଏକ ବନ୍ଦ କୋଠରୀରୁ ବିପୁଳ ପରିମାଣର ବିଦେଶୀ ଚୋରା ମଦ ଜବତ ହୋଇଛି l ଅବକାରୀ କମିଶନର ଆଶିଷ ସିଂଙ୍କ ନିର୍ଦେଶ କ୍ରମେ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡର ଏକ ଟିମ ଅଚାନକ କେନ୍ଦୁପଦର ସ୍ଥିତ ଏକ ବନ୍ଦ ଘରେ ଚଢ଼ାଉ କରିଥିଲା l

16 ଜଣିଆ ଟିମ ଘଟଣା ସ୍ଥଳରେ ପହଂଚି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି l ଯାହାର ଆନୁମାନିକ ମୂଲ୍ୟ ଦେଢ଼ଲକ୍ଷ ଟଙ୍କା ହେବା ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦେଇଛି। ଏହାସହ ପୋଲିସ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି।