Monday, October 12, 2026
Home ଅପରାଧ ପାଖାପାଖି ତିନୋଟି ମନ୍ଦିରରେ ଲୁଟ୍

ପାଖାପାଖି ତିନୋଟି ମନ୍ଦିରରେ ଲୁଟ୍

8

ବାଲେଶ୍ଵର, ୨୪/୧୧/୨୧ ( ଜିଲ୍ଲା ଖବର) : ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅଞ୍ଚଳରେ ସିରିଜ ଲୁଟ । ପାଖାପାଖି ଥିବା ତିନୋଟି ମନ୍ଦିରରୁ ପ୍ରାୟ ୪ଲକ୍ଷ ଟଙ୍କାରୁ ସୁନା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ସିଂଲା ଥାନା ଅନ୍ତର୍ଗତ ବାଳିଆପାଟି ଗ୍ରାମରେ ୩ଟି ମନ୍ଦିରରୁ ୪ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୁର୍ତ୍ତ। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁର୍ତ୍ତ ମାନେ ବାଳିଆପାଟି ଛକ ନିକଟରେ ଥିବା ଜଗନ୍ନାଥ,ଲକ୍ଷ୍ମୀ ଏବଂ ଶିବ ମନ୍ଦିରର ତାଲା ଭାଙ୍ଗି ତିନି ଠାକୁରଙ୍କ ସମସ୍ତ ସୁନା ଅଳଙ୍କାର ଲୁଟିନେବା ସହ ଠାକୁରଙ୍କ ଦାନହୁଣ୍ତି ଭାଙ୍ଗି ସମସ୍ତ ଟଙ୍କା ଲୁଟି ନେଇଛନ୍ତି।

 ଆଜି ଭୋର ସମୟରେ ଠାକୁରଙ୍କ ଦର୍ଶନ ପାଇ ଆସିଥିବା ଭକ୍ତ ତାଲା ଭାଙ୍ଗି ପଡିଥିବାର ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଖବର ପାଇ ସିଂଲା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।