
ନୂଆଦିଲ୍ଲୀ,୨୪/୧୧/୨୧ ( ଜିଲ୍ଲା ଖବର) : ନିକଟରେ ଅଭିନେତା ରାଜକୁମାର ତାଙ୍କର ଗାର୍ଲଫ୍ରେଣ୍ଡ ପତ୍ରଲେଖାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତାଙ୍କ ବିବାହ ଏବଂ ରିସେପ୍ସନର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଛାଇ ଯାଇଥିଲା । ପୁଣି ଏବେ ନିକଟରେ ଦୁହେଁ ଏୟାରପୋର୍ଟରେ ସ୍ପଟ ହୋଇଥିଲେ । ଯେଉଁଠି ନାଲି ରଙ୍ଗର ଶାଢୀରେ ଖୁବ୍ ସୁନ୍ଦର ଲାଗୁଥିଲେ ପତ୍ରଲେଖା । ସବୁଠାରୁ ଖାସ କଥା ହେଉଛି, ସେ ସମୟରେ ପତ୍ରଲେଖାଙ୍କ ବେକରେ ଝୁଲୁଥିବା ମଙ୍ଗଳସୂତ୍ର ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ।
ପତ୍ରଲେଖା ଫ୍ୟାଶନ ଡିଜାଇନର ସବ୍ୟସାଚ୍ଚୀ ମୁଖାର୍ଜୀଙ୍କ ରୟାଲ ବେଙ୍ଗଲ ମଙ୍ଗଳସୂତ୍ର ପିନ୍ଧିଥିଲେ। ଏହି ୧.୨ ରୟାଲ ମଙ୍ଗଳସୂତ୍ରଟି ୧୮ କ୍ୟାରେଟ ସୁନା ସହ କଳା ଓନୟଏକ୍ସ ଓ ମୋତିରେ କାରୁକାର୍ଯ୍ୟ ହୋଇଥିଲା। ଏହାର ଦାମ ପ୍ରାୟ ୧,୬୫,୦୦୦ ଲକ୍ଷ ଟଙ୍କା। ରାଜକୁମାର ଓ ପତ୍ରଲେଖା ପରିବାର ଲୋକଙ୍କ ଉପସ୍ଥିତିରେ ପରସ୍ପରର ହାତ ଧରିଛନ୍ତି। ବାହାଘର ବେଳେ ସେମାନେ ପିନ୍ଧିଥିବା ପୋଷାକ ମଧ୍ୟ ସବ୍ୟସାଚ୍ଚୀ ମୁଖାର୍ଜୀ ଡିଜାଇନ ଦେଇଥିଲେ।


