
ନୂଆଦିଲ୍ଲୀ, ୨୪/୧୧/୨୧ ( ଜିଲ୍ଲା ଖବର) : ବଲିଉଡରୁ ନେଇ ହଲିଉଡ ଯାଏ, ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ସବୁବେଳେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରୁହନ୍ତି । ନିକ୍ ଜୋନାସଙ୍କୁ ବିବାହ କରିବା ପରେ, ତାଙ୍କୁ ନେଇ ଚର୍ଚ୍ଚା ଯୋର ଧରିଥିଲା । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ଦୁହେଁ । ଅନେକ ସମୟରେ ଫଟୋ, ଭିଡିଓ ସେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ତାଙ୍କର ଟିକିଏ ଝଲକ ଦେଖିବା ପାଇଁ ଫ୍ୟାନ୍ସ ମଧ୍ୟ ଚାହିଁ ରହି ଥାଆନ୍ତି । ତେବେ ନିକଟରେ ପ୍ରିୟଙ୍କା ଏବଂ ନିକଙ୍କର ଛାଡପତ୍ର ଖବର ଚର୍ଚ୍ଚାର ବିଷୟ ପାଲଟିଛି । କାହିଁକି ନାଁ , ପ୍ରିୟଙ୍କା ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଜୋନାସ୍ ସରନେମକୁ ହଟାଇ ଦେଇଛନ୍ତି । ଆଉ ଏହାପରେ ଦୁହେଁ ଅଲଗା ହେବାକୁ ଯାଉଛନ୍ତି ବୋଲି ଟୁପୁରୁ ଟାପୁରୁ ଆରମ୍ଭ ହୋଇ ଯାଇଛି ।
କିନ୍ତୁ ଅନେକ ସାକ୍ଷାତକାରରେ ପ୍ରିୟଙ୍କା ପ୍ରକାଶ କରିଛନ୍ତି ଯେ, ସେ ନିକଙ୍କ ବ୍ୟତୀତ ଅନ୍ୟ କାହାକୁ ବିବାହ କରିବାକୁ ଚାହୁଁ ନଥିଲେ। ଦୁନିଆରେ କେବଳ ଜଣେ ବ୍ୟକ୍ତି ଅଛନ୍ତି ଯିଏ ତାଙ୍କୁ ନିକଙ୍କଠାରୁ ଚୋରି କରି ପାରିବେ। ସେ ଆଉ କେହି ନୁହଁନ୍ତି ହଲିଉଡର ସୁପରଗଡ୍ ଥର୍ ଅର୍ଥାତ୍ କ୍ରିସ୍ ହେମସୱର୍ଥ । କ୍ରିସ୍ ହେମସୱର୍ଥ ଏଲସାଙ୍କୁ ବିବାହ କରିଛନ୍ତି ଏବଂ ସେମାନଙ୍କର ବିବାହ ମଧ୍ୟ ବହୁତ ସଫଳ ଏବଂ ସୁନ୍ଦର ଭାବରେ ବିବେଚନା କରାଯାଏ। ଅବଶ୍ୟ, କ୍ରିସ୍ ହେମସୱର୍ଥଙ୍କୁ ନେଇ ଝିଅମାନଙ୍କ ମଧ୍ୟରେ କ୍ରେଜ୍ ଯେପରି ଦେଖାଯାଏ, ପ୍ରିୟଙ୍କାଙ୍କ କଥା ଭୁଲ୍ ମନେ ହେଉନାହିଁ ।
ତେବେ ଦୁହିଁଙ୍କ ଛାଡପତ୍ର ଖବରକୁ,ଉଭୟ ଅଭିନେତ୍ରୀ ଏବଂ ତାଙ୍କ ମା ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛନ୍ତି । ଏପରିକି ତାଙ୍କ ବନ୍ଧୁମାନେ କହିଛନ୍ତି ଯେ, ନିକ ଏବଂ ପ୍ରିୟଙ୍କା ସେମାନଙ୍କ ବିବାହରେ ବହୁତ ଖୁସି ଅଛନ୍ତି।


