Saturday, November 14, 2026
Home ଆଞ୍ଚଳିକ ହାତରୁ ଦିହାତ ହେବାକୁ ଯାଉଛନ୍ତି,ଏହି ଦିଅର-ଭାଉଜ ଯୋଡି

ହାତରୁ ଦିହାତ ହେବାକୁ ଯାଉଛନ୍ତି,ଏହି ଦିଅର-ଭାଉଜ ଯୋଡି

18

ମୁମ୍ବାଇ,୨୪/୧୧/୨୧ ( ଜିଲ୍ଲା ଖବର) : ଖୁବ୍ ଶୀଘ୍ର ହାତରୁ ଦିହାତ ହେବାକୁ  ଯାଉଛନ୍ତି , ଷ୍ଟାରପ୍ଲସର ଲୋକପ୍ରିୟ ଧାରାବାହିକ ‘ଗୁମ୍‌ ହୈ କିସି କେ ପ୍ୟାର୍‌ ମେଁ’ର  ଅଭିନେତା ବିରାଟ ଏବଂ ଏଥିରେ  ତାଙ୍କ ଭାଉଜ ସାଜିଥିବା ପାଖୀ । ପରଦାରେ ଦିଅର ଭାଉଜ ସାଜିଥିବା ଏହି ଯୋଡି, ରିଅଲ ଲାଇଫରେ ଖୁବ୍ ଶୀଘ୍ର ସ୍ବାମୀ-ସ୍ତ୍ରୀ ହେବାକୁ ଯାଉଛନ୍ତି ।

ଅଭନେତା ନୀଲ ଭଟ୍ଟ ଏବଂ ଐଶ୍ୱର୍ଯ୍ୟା ଶର୍ମା ଆସନ୍ତା ୩୦ ତାରିଖରେ, ହିନ୍ଦୁ ରୀତିନୀତି ଅନୁଯାୟୀ, ବିବାହ ବନ୍ଧନରେ ବାନ୍ଧିହେବେ । ବିବାହ ଦିନ ପାଖେଇ ଆସୁଥିବାରୁ ଖୁବ ଖୁସି ଅଛନ୍ତି ଦୁହେଁ ।

ତେବେ ଫ୍ୟାନ୍ସମାନେ ଏହି ଯୋଡିଙ୍କ ବିବାହ ଖବର ଶୁଣିବା ପରେ, ଏକଦମ୍ ସରପ୍ରାଇଜ୍ ହୋଇ ଯାଇଛନ୍ତି । ସୋସିଆଲ ମିଡିଆରେ ଐଶ୍ୱର୍ଯ୍ୟା ତାଙ୍କ ବ୍ୟାଚଲର ପାର୍ଟି ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରିଛନ୍ତି ।