
୨୪/୧୧/୨୧ ( ଜିଲ୍ଲା ଖବର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଗୋଟିଏ ବିଲ୍ ଉପସ୍ଥାପନ କରାଯିବା ନେଇ ହୋଇପାରେ ଆଲୋଚନା।
ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର ହେବ ବୋଲି ଘୋଷଣା କରିଥିଲେ। ୩ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଆସିବାକୁ ଥିବା ଗୋଟିଏ ବିଲ୍କୁ କୃଷି ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆଲୋଚନା କରି ପ୍ରସ୍ତୁତ କରିଥିବା ଜଣାପଡିଛି।
ତେବେ ଚାଷୀମାନେ ଏହି ନିଷ୍ପତ୍ତିରେ ପୂରା ସନ୍ତୁଷ୍ଟ ହୋଇନାହାନ୍ତି। ସେମାନେ କୃଷି ଆଇନ ପ୍ରତ୍ୟାହାର ସହ ଏମଏସପି ଉପରେ ଆଇନଗତ ମାନ୍ୟତା ଦାବି କରୁଛନ୍ତି।


