
ଭୁବନେଶ୍ଵର, ୨୪/୧୧/୨୧ ( ଜିଲ୍ଲା ଖବର) : ଆଜିଠୁ ଆରମ୍ଭ ହେବ ପୁରୁଷ ଜୁନିଅର ହକି ବିଶ୍ଵକପ୍ ୨୦୨୧। ଏଥିପାଇଁ ମୈଦାନ ପ୍ରସ୍ତୁତ, ଟିମ୍ ମଧ୍ୟ ପ୍ରସ୍ତୁତ । ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯିବ ମ୍ୟାଚ୍। ପ୍ରତିଯୋଗିତାରେ ଭାରତ ସମେତ ଭାଗ ନେବେ ୧୬ଟି ଦେଶ।
ପ୍ରଥମ ଥର ପାଇଁ ଭାରତର ଜୁନିଅର ଟିମରେ ସ୍ଥାନ ପାଇଛନ୍ତି ୩ ଜଣ ଓଡ଼ିଆ ଖେଳାଳି । ଭାରତକୁ ଚିୟର ଅଫ କରିବା ପାଇଁ ହକି ଗଡ଼ ସୁନ୍ଦରଗଡ଼ ସମେତ ପୁରା ରାଜ୍ୟରୁ ଛୁଟିଛି ଶୁଭେଚ୍ଛାର ସୁଅ । ଆଉ ହକି ପ୍ରେମୀ କହୁଛନ୍ତି ଚକ୍ ଦେ ଇଣ୍ଡିଆ ।
ତେବେ କୋଭିଡ କଟକଣା ମଧ୍ୟରେ ଖେଳ ଆୟୋଜନ ହେଉଥିବା ବେଳେ ଷ୍ଟାଡିଅମରେ ଖେଳ ଦେଖି ପାରିବେ ନାହିଁ ଦର୍ଶକ । ପୂର୍ବରୁ ଏପରି ଅନେକ ଇଭେଣ୍ଟ ଆୟୋଜନ କରି ସଫଳତା ହାସଲ କରିବା ପରେ ଏବେ ଜୁନିଅର ହକି ବିଶ୍ୱକପକୁ ସଫଳତାର ସହ ଆୟୋଜନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ହକି ମହାକୁମ୍ଭ ପାଇଁ ରାଜଧାନୀରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି ।



