Sunday, November 15, 2026
Home ଆଞ୍ଚଳିକ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବ୍ରହ୍ମପୁରର ପୁଅ ଅମ୍ରିତ

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବ୍ରହ୍ମପୁରର ପୁଅ ଅମ୍ରିତ

11

୨୪/୧୧/୨୧ ( ଜିଲ୍ଲା ଖବର)  : ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବ୍ରହ୍ମପୁରର ପୁଅ ଅମ୍ରିତ । କୋଭିଡରେ ଆକ୍ରାନ୍ତ ହୋଇ ଇକୋମ ଚିକିତ୍ସା ପାଇଁ ଏୟାରଲିଫ୍ଟ ହୋଇଥିଲେ ଚେନ୍ନାଇ । ତେବେ ମଙ୍ଗଳବାର ରାତି ୧୦ଟାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

କରୋନାରେ ପୀଡ଼ିତ ହୋଇ ଅମ୍ରିତଙ୍କ ଫୁସଫୁସ୍‌ ସଂକ୍ରମିତ ହୋଇଥିଲା। ତେଣୁ ଏକମୋରେ ଚିକିତ୍ସା କରାଇବା ଜରୁରୀ ହୋଇପଡ଼ିବାରୁ ପରିବାରଲୋକ ଜୁନ୍ ୩ ତାରିଖ ଦିନ ଅମ୍ରିତଙ୍କୁ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଅକ୍ଟୋବର ୨୪ରେ ତାଙ୍କର ଫୁସଫୁସ ପ୍ରତ୍ୟାରୋପଣ ହୋଇଥିଲା ।

ତେବେ ଜୀବନ ଯୁଦ୍ଧରେ ସେ ହାରି ଯାଇଛନ୍ତି। ଆଉ ସବୁଦିନ ପାଇଁ ଓଡିଶାବାସୀଙ୍କୁ କନ୍ଦାଇ ଦେଇଛନ୍ତି।